ୟୁକ୍ରେନ ଉପରେ ପୁଣି ରୁଷର ବଡ଼ ଆକ୍ରମଣ ନେଇ ଉତ୍ତେଜନା ବଢ଼ିଛି। ଗୁରୁବାର ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ଅଞ୍ଚଳକୁ କ୍ଷେପଣାସ୍ତ୍ର ମାଡ଼ କରିଛି। କିଭ୍ର ସାମରିକ ପ୍ରଶାସନ ଅନୁସାରେ, ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।
କିଭ୍ ବ୍ୟତୀତ ୟୁକ୍ରେନର ଡିନପ୍ରୋ ଏବଂ କ୍ରିଭି ରିହ ଅଞ୍ଚଳ ମଧ୍ୟ ରୁଷୀୟ ଆକ୍ରମଣର ସମ୍ମୁଖୀନ ହୋଇଛି। ୟୁକ୍ରେନୀୟ ବାୟୁସେନା ଅନୁସାରେ, ରୁଷୀୟ ବିମାନରୁ ଅନେକ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।
ଆକ୍ରମଣ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କୁ ସତର୍କ କରିଥିଲେ। ତାଙ୍କ କହିବା ଅନୁସାରେ, ରୁଷ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଏବଂ ରାତିରେ ଏହା ହେବାର ଆଶଙ୍କା ରହିଛି।
ଜେଲେନସ୍କି କହିଥିଲେ ଯେ, ୟୁକ୍ରେନର ବାୟୁସେନା କମାଣ୍ଡର ଆନାତୋଲି କ୍ରିଭୋନୋଝକୋ ତାଙ୍କୁ ରୁଷର ସମ୍ଭାବ୍ୟ ବଡ଼ ଆକ୍ରମଣ ସମ୍ପର୍କରେ ରିପୋର୍ଟ ଦେଇଛନ୍ତି। ଏଥିସହ ୟୁକ୍ରେନର ସୁରକ୍ଷା ପାଇଁ ସହଯୋଗୀ ଦେଶଗୁଡ଼ିକର କ୍ଷେପଣାସ୍ତ୍ର ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ବିଶେଷ କରି ଆମେରିକା ଓ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରଖିଥିବା ସହଯୋଗୀ ଦେଶଗୁଡ଼ିକୁ ସେ ସହାୟତା ପାଇଁ ଅନୁରୋଧ କରିଥିଲେ।
ଏପଟେ କିଭ୍ର ମେୟର ମଧ୍ୟ ଆଗକୁ ଆହୁରି ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଲୋକଙ୍କୁ ସତର୍କ କରିଛନ୍ତି। ସେ ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ ଅପିଲ୍ କରିଛନ୍ତି।
ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନକୁ ଯଥାର୍ଥ ବୋଲି ଦାବି କରିବା ସହ ରୁଷ ନିଜର ସମସ୍ତ ଲକ୍ଷ୍ୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି। ଏହି ନୂଆ ଆକ୍ରମଣ ଫଳରେ ରୁଷ-ୟୁକ୍ରେନ ଯୁଦ୍ଧ ପୁଣି ତୀବ୍ର ହେବାର ଆଶଙ୍କା ଦେଖାଦେଇଛି।
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ଆଲିଗଡ଼: ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (AMU) ଛାତ୍ର ସ...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...