ଓଡ଼ିଶାର ରାଜନୈତିକ ପରିସରରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ନେତା ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କର ଅନେକ ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହା ସହିତ ଖୋର୍ଦ୍ଧା ଜିଲ୍ଲାର ଅନେକ ଯୁବ ନେତା ଓ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।
ନୂତନ ସଦସ୍ୟଙ୍କୁ ସ୍ୱାଗତ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ଏହି ଯୋଗଦାନ ଦଳର ସାଂଗଠନିକ ଶକ୍ତିକୁ ଆହୁରି ମଜବୁତ କରିବ। ଆଗାମୀ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଓ ପଞ୍ଚାୟତ ନିର୍ବାଚନରେ ଏହା ଦଳକୁ ଅଧିକ ଶକ୍ତି ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ବିଜେପିରେ ଯୋଗଦେବା ପରେ ରୁଦ୍ର ନାରାୟଣ ସାମନ୍ତରାୟ କହିଥିଲେ ଯେ, ସମାଜ ପାଇଁ ସେ କରୁଥିବା କାର୍ଯ୍ୟକୁ ବଡ଼ ମଞ୍ଚରେ ଆଗକୁ ନେବାର ସୁଯୋଗ ବିଜେପିରେ ମିଳିବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ।
ରୁଦ୍ର ସାମନ୍ତରାୟଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଯୁବ ସମ୍ପାଦକ ଅଶୋକ ପାଲେଇ, ଲୋପାମୁଦ୍ରା ନାୟକ, ଦେବାଶିଷ ରଣା, ମିଲନ ପାଇକରାୟ, ସୌରଭ ମହାନ୍ତି, ବିଶ୍ୱଜିତ ଦାସ, ଶୈଳେନ୍ଦ୍ର ପ୍ରସାଦ ରାୟ, ରାଜା ନିର୍ମୟ ପ୍ରସାଦ, ସନ୍ଦୀପ କୁମାର ବାଲ, ସୁମନ କୁମାରୀ, ସ୍ୱୀକୃତି ପଟ୍ଟନାୟକ, ବିବେକାନନ୍ଦ କର ପ୍ରମୁଖ ଦଳରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରଶାନ୍ତ ଜଗଦେବ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବାର୍ଜେନା, ଜୀବନ ପ୍ରଦୀପ ଦାସ, ନିକୁଞ୍ଜ ପଟ୍ଟନାୟକ ଓ ପୂର୍ବତନ ଜିଲ୍ଲା ସଭାପତି ରଶ୍ମି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।
ଦଳୀୟ ନେତାମାନେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ଯୋଗଦାନ ଆଗାମୀ ସ୍ଥାନୀୟ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ସଂଗଠନକୁ ଅଧିକ ସୁଦୃଢ଼ କରିବ।
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ୟୁକ୍ରେନକୁ ସାମରିକ ସହାୟତା ଦେବା ପାଇଁ ଗୋଳାବାରୁଦ କିଣିବା...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...