‘ଇତିହାସ ସବୁଦିନ ମନେ ରହିବ’: ମେସିଙ୍କ ଅବସରରେ ରୋନାଲ୍ଡୋଙ୍କ ଭାବପ୍ରବଣ ବାର୍ତ୍ତା

ଆର୍ଜେଣ୍ଟିନା ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ ଲିଓନେଲ ମେସିଙ୍କୁ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ।
ମେସିଙ୍କୁ ରୋନାଲ୍ଡୋଙ୍କ ଭାବପ୍ରବଣ ବିଦାୟ ବାର୍ତ୍ତା!
ମେସିଙ୍କୁ ରୋନାଲ୍ଡୋଙ୍କ ଭାବପ୍ରବଣ ବିଦାୟ ବାର୍ତ୍ତା!

ବୁଏନସ୍ ଆଇରେସ୍:ଫୁଟବଲ୍ ଜଗତର ଦୁଇ ମହାନ ତାରକା ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ସାରା ବିଶ୍ୱରେ ଚର୍ଚ୍ଚିତ। ତେବେ ମଇଦାନର ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଉଭୟ ଖେଳାଳି ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିଆସିଛନ୍ତି। ଏହାର ଆଉ ଏକ ଉଦାହରଣ ମିଳିଛି ମେସିଙ୍କ ଅନ୍ତର୍ଜାତୀୟ ଫୁଟବଲ୍ରୁ ବିଦାୟ ପରେ।

ଅକ୍ଟୋବର ୬ରେ ଆର୍ଜେଣ୍ଟିନା ପକ୍ଷରୁ ବେନିନ୍ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ମେସି। ଏହି ମ୍ୟାଚ୍ରେ ସେ ଏକ ଗୋଲ୍ କରିବା ସହ ଦୁଇଟି ଗୋଲ୍ରେ ସହାୟତା କରିଥିଲେ।

ମ୍ୟାଚ୍ ପରେ ମେସି ଇନ୍ଷ୍ଟାଗ୍ରାମ୍ରେ ଏକ ଦୀର୍ଘ ପୋଷ୍ଟ କରି ଆର୍ଜେଣ୍ଟିନା ଜର୍ସି ପିନ୍ଧିବାକୁ ମିସ୍ କରିବେ ବୋଲି କହିଥିଲେ। ଜାତୀୟ ଦଳରୁ ଏବେ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ୩୯ ବର୍ଷୀୟ ମେସି ଉଲ୍ଲେଖ କରିଥିଲେ। ସେ ନିଜ ପରିବାର, ସାଥୀ ଖେଳାଳି ଏବଂ ଆର୍ଜେଣ୍ଟିନା ଫୁଟବଲ୍ ସହ ଜଡ଼ିତ ଲୋକଙ୍କୁ ମଧ୍ୟ ସ୍ମରଣ କରିଥିଲେ।

ମେସି ଦିବଙ୍ଗତ ଫୁଟବଲ୍ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କୁ ମଧ୍ୟ ସ୍ମରଣ କରିଥିଲେ। ଆର୍ଜେଣ୍ଟିନାକୁ ବିଶ୍ୱ ଫୁଟବଲ୍ରେ ଏକ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ମାରାଡୋନାଙ୍କ ଅବଦାନକୁ ସେ ମନେ ପକାଇଥିଲେ।

ମେସିଙ୍କ ଏହି ପୋଷ୍ଟରେ ଅନେକ ବର୍ତ୍ତମାନ ଓ ପୂର୍ବତନ ଫୁଟବଲର୍ ଶୁଭେଚ୍ଛା ଜଣାଇଥିଲେ। ତେବେ ସବୁଠାରୁ ଚର୍ଚ୍ଚିତ ବାର୍ତ୍ତା ଆସିଥିଲା ତାଙ୍କ ଦୀର୍ଘଦିନର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଠାରୁ।

ରୋନାଲ୍ଡୋ ମେସିଙ୍କ ପୋଷ୍ଟରେ କମେଣ୍ଟ କରି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ସେ କହିଥିଲେ ଯେ ନିଜ ଦେଶ ପାଇଁ ମେସି ଯେଉଁ ଇତିହାସ ସୃଷ୍ଟି କରିଛନ୍ତି, ତାହା ସବୁଦିନ ମନେ ରହିବ।

ରୋନାଲ୍ଡୋଙ୍କ ବାର୍ତ୍ତାର ଅର୍ଥ ଥିଲା—“ଲିଓ, ଏତେ ବର୍ଷ ଧରି ନିଜ ଦେଶ ପାଇଁ ଖେଳିଛ ଏବଂ ଏମିତି ଏକ ଇତିହାସ ସୃଷ୍ଟି କରିଛ, ଯାହା ସବୁଦିନ ରହିବ। ଆର୍ଜେଣ୍ଟିନା ପାଇଁ ତୁମେ ଯାହା ହାସଲ କରିଛ, ସେଥିପାଇଁ ମୋର ସମ୍ପୂର୍ଣ୍ଣ ସମ୍ମାନ। ଏକ ଆଲିଙ୍ଗନ।”

ରୋନାଲ୍ଡୋ ଓ ମେସିଙ୍କ ପ୍ରତିଦ୍ୱନ୍ଦ୍ୱିତାକୁ ଆଧୁନିକ ଫୁଟବଲ୍ର ସବୁଠାରୁ ପ୍ରଭାବଶାଳୀ ଦ୍ୱନ୍ଦ୍ୱ ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଏ। ୨୦୦୭ରୁ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ପୁରସ୍କାରକୁ ନେଇ ଲଢ଼େଇ ଆରମ୍ଭ ହୋଇଥିଲା। ପରେ ରୋନାଲ୍ଡୋ ରିଅଲ୍ ମାଡ୍ରିଡ୍ ଓ ମେସି ବାର୍ସେଲୋନା ପାଇଁ ଖେଳିବା ସମୟରେ ଏହି ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ର ହୋଇଥିଲା।

ତଥାପି ମଇଦାନ ବାହାରେ ଉଭୟେ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିଆସିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମେସି ଓ ରୋନାଲ୍ଡୋ ଦୁଇଥର ପରସ୍ପର ବିପକ୍ଷରେ ଖେଳିଛନ୍ତି ଏବଂ ଉଭୟଙ୍କ ନାମରେ ଗୋଟିଏ ଲେଖାଏଁ ବିଜୟ ରହିଛି।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+