ରୋହିତ ଶର୍ମାଙ୍କ ଫିଟନେସ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଭାରତୀୟ କ୍ରିକେଟ୍ର ପୂର୍ବତନ Strength & Conditioning Coachସୋହମ ଦେଶାଇତାଙ୍କ ପୁରୁଣା ଇଞ୍ଜୁରି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ପ୍ରଶାନ୍ତ ଦେଶାଇଙ୍କ ପଡ୍କାଷ୍ଟରେ କଥା ହୋଇ ସୋହମ କହିଛନ୍ତି ଯେ, ୨୦୧୭ରେ ରୋହିତଙ୍କ ହିପ୍ ଅଞ୍ଚଳରେ ହୋଇଥିବା ଇଞ୍ଜୁରି ତାଙ୍କ କ୍ୟାରିୟର ପାଇଁ ଗୁରୁତର ବିପଦ ସୃଷ୍ଟି କରିଥିଲା।
ରିପୋର୍ଟ ଅନୁସାରେ, ରୋହିତଙ୍କୁ ହାମ୍ଷ୍ଟ୍ରିଙ୍ଗ୍ ଏବଂ ହିପ୍ ଫ୍ଲେକ୍ସର୍ ସମ୍ପର୍କିତ ସର୍ଜରି ମଧ୍ୟ କରାଇବାକୁ ପଡ଼ିଥିଲା। ଏହା ପରେ ତାଙ୍କ ହିପ୍ ଅଞ୍ଚଳକୁ ଏକ ସମ୍ବେଦନଶୀଳ ଅଂଶ ଭାବେ ଧରାଯାଇଛି।
ସୋହମ ଦେଶାଇଙ୍କ ମତରେ, ରୋହିତଙ୍କ ପାଇଁ ସପ୍ତାହରେ ଅତିକମରେ ଦୁଇଟି Strength Training Session ଗୁରୁତ୍ୱପୂର୍ଣ୍ଣ। ଏହା ସହ ନିର୍ଦ୍ଦିଷ୍ଟ Running ଓ Ground Training ମଧ୍ୟ ତାଙ୍କ ଫିଟନେସ୍ ରୁଟିନ୍ର ଅଂଶ। ଏହି ନିୟମିତ ପ୍ରଶିକ୍ଷଣ ନ କଲେ ପୁରୁଣା ଇଞ୍ଜୁରି ସମ୍ପର୍କିତ ସମସ୍ୟା ବଢ଼ିପାରେ ବୋଲି ସେ ସୂଚାଇଛନ୍ତି।
ରୋହିତଙ୍କ ଫିଟନେସ୍କୁ ନେଇ ହେଉଥିବା ‘ଆଳସୀ’ ଭଳି ଆଲୋଚନାକୁ ମଧ୍ୟ ସୋହମ ଦେଶାଇ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ମତରେ, ଯଦି ରୋହିତ ନିଜ ଫିଟନେସ୍ ପାଇଁ ଏତେ ବର୍ଷ ଧରି ପରିଶ୍ରମ କରିନଥାନ୍ତେ, ତେବେ ଏତେ ଦୀର୍ଘ ସମୟ ଧରି ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳିବା ସମ୍ଭବ ହୋଇନଥାନ୍ତା।
ଇଞ୍ଜୁରି ସତ୍ତ୍ୱେ ରୋହିତ ଗତ କିଛି ବର୍ଷ ଧରି ଭାରତୀୟ କ୍ରିକେଟ୍ରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ରେ ସେ ୩୨, ୧୦୧ ଓ ୯୨ ରନ୍ର ଇନିଂସ୍ ଖେଳିଥିଲେ। ଆସନ୍ତା ନଭେମ୍ବର ୪ରୁ ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ରେ ରୋହିତ ଓ ବିରାଟ କୋହଲି ପୁଣି ମଇଦାନକୁ ଫେରିବାକୁ ଥିବାବେଳେ, ୨୦୨୭ ODI ବିଶ୍ୱକପ୍ ପୂର୍ବରୁ ତାଙ୍କ ଫିଟନେସ୍ ଉପରେ ନଜର ରହିବ।
NTA ପକ୍ଷରୁ ଡିସେମ୍ବର ୨୦୨୬ରୁ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ହ...
ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ପ...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
ଚେନ୍ନାଇ: ସୁପରଷ୍ଟାରରଜନୀକାନ୍ତଙ୍କ ‘Jailer 2&rsq...
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ଆୟୁଷ୍ମାନ ଖୁରାନା ଓ ସାରା ଅଲି ଖାନଙ୍କ ‘Udta Teer...
ମୁମ୍ବାଇ:କ୍ରିକେଟ୍ ଓ ସିନେମା ଜଗତର ଚର୍ଚ୍ଚିତ ଦମ୍ପତି ବିର...
‘Rise & Fall Season 2’ର ନୂଆ ଏପିସୋଡ...