NTA ପକ୍ଷରୁ ଡିସେମ୍ବର ୨୦୨୬ରୁ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ଜାତୀୟସ୍ତରୀୟ ପରୀକ୍ଷାର ସଂଶୋଧିତ କ୍ୟାଲେଣ୍ଡର ଜାରି କରାଯାଇଛି। ନୂଆ ସୂଚୀ ଅନୁସାରେ JEE Main 2027 Session 1 ଜାନୁଆରୀ ୨୦ରୁ ୨୪ ଏବଂ ଜାନୁଆରୀ ୨୮ରେ ହେବ। JEE Main Session 2 ଏପ୍ରିଲ ୨ରୁ ୭, ୨୦୨୭ ମଧ୍ୟରେ ହେବାକୁ ପ୍ରସ୍ତାବ ରହିଛି।
UGC NET December 2026 ପରୀକ୍ଷା ଡିସେମ୍ବର ୧୪ରୁ ୧୮ ଏବଂ ଡିସେମ୍ବର ୨୧ରେ ହେବ। Joint CSIR-UGC NET ଡିସେମ୍ବର ୧୯, ୨୨ ଓ ୨୭ରେ ଆୟୋଜିତ ହେବ।
ସେହିପରି CUET-PG 2027 ମାର୍ଚ୍ଚ ୨ରୁ ୫, ୮ରୁ ୯, ୧୨, ୧୫ରୁ ୧୯, ୨୪ରୁ ୨୫ ଏବଂ ୨୯ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ। ଏହାଛଡ଼ା CMAT ୨୦୨୭ ଫେବୃଆରୀ ୭ରେ ହେବାକୁ ଥିବାବେଳେ NIFT Entrance Exam ଜାନୁଆରୀ ୧୦ରେ ହେବ।
NTA ସ୍ପଷ୍ଟ କରିଛି ଯେ ଏହି ତାରିଖଗୁଡ଼ିକ tentative ଅର୍ଥାତ୍ ପ୍ରସ୍ତାବିତ। ପ୍ରଶାସନିକ, ଶିକ୍ଷାଗତ, ଆଇନଗତ, ଲଜିଷ୍ଟିକ୍ସ କିମ୍ବା ଅନ୍ୟାନ୍ୟ ଅପ୍ରତ୍ୟାଶିତ କାରଣରୁ ଏଥିରେ ପୁଣି ପରିବର୍ତ୍ତନ ହୋଇପାରେ। ତେଣୁ ଛାତ୍ରଛାତ୍ରୀମାନେ NTAର ଅଧିକାରିକ ଅପଡେଟ୍ ଉପରେ ନଜର ରଖିବା ଆବଶ୍ୟକ।
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶକ୍ତିଶାଳୀ ହ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା **‘ଆର୍ଣ୍ଣ...
ନେଦରଲ୍ୟାଣ୍ଡ ଗସ୍ତରେ ଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍...
ଶେୟର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼...
ସମ୍ଭାବ୍ୟ ବାତ୍ୟା ‘ଆର୍ଣ୍ଣବ’କୁ ନେଇ ଗଞ୍ଜାମ...
ଭାରତରେ Artificial Intelligence ବା AI ଭିତ୍ତିକ ଡିଜିଟ...
ଚାରିଟି ଟ୍ରେଡିଂ ସେସନ୍‌ର ଲଗାତାର ଗିରାବଟ ପରେ ସୋମବ...