ରାଜଧାନୀ ଦିଲ୍ଲୀର ଐତିହାସିକଲାଲକିଲ୍ଲାକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ। ଏହି ଧମକ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏକ ଫୋନ୍ କଲ୍ ମାଧ୍ୟମରେ ଦିଆଯାଇଥିଲା।
ସୂଚନା ମିଳିବା ପରେ ମୁମ୍ବାଇ ପୁଲିସ ତୁରନ୍ତ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମକୁ ଏହି ବିଷୟରେ ଅବଗତ କରାଇଥିଲେ। ଏହାପରେ ଦିଲ୍ଲୀ ପୁଲିସ ପକ୍ଷରୁ ଉତ୍ତର ଜିଲ୍ଲା ପୁଲିସକୁ ସତର୍କ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଯାଞ୍ଚ ପରେ ଉତ୍ତର ଜିଲ୍ଲା ପୁଲିସ କହିଛି ଯେ, ଲାଲକିଲ୍ଲାକୁ ବୋମାରେ ଉଡ଼ାଇବା ସମ୍ପର୍କିତ ଧମକମିଥ୍ୟାଥିଲା। ତେବେ ଏହି ଫୋନ୍ କିଏ କରିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ନିକଟ ଅତୀତରେ ଦିଲ୍ଲୀ ଓ ନୋଏଡାର ଅନେକ ପ୍ରମୁଖ ସ୍କୁଲକୁ ମଧ୍ୟ ଇ-ମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ପରବର୍ତ୍ତୀ ତଦନ୍ତରେ ସେହି ଧମକଗୁଡ଼ିକ ମଧ୍ୟ ମିଥ୍ୟା ବୋଲି ଜଣାପଡ଼ିଥିଲା।
ପୁଲିସ ପକ୍ଷରୁ ଏଭଳି ମିଥ୍ୟା ଧମକକୁ ଗୁରୁତ୍ୱର ସହ ନିଆଯାଉଥିବାବେଳେ, ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...
ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...