ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିଛି। ଆଶ୍ରମ ସ୍କୁଲର ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଜିଲ୍ଲାର ବର୍ତ୍ତମାନ ସ୍ଥିତିର ସମୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରାୟଗଡ଼ା ଗସ୍ତ କରିଛି। ଏପର୍ଯ୍ୟନ୍ତ ଜିଲ୍ଲାରେ ୬୬ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଧିକାଂଶଙ୍କଠାରେ ଲକ୍ଷଣବିହୀନ (Asymptomatic) ମ୍ୟାଲେରିଆ ସଂକ୍ରମଣ ଦେଖାଯାଇଛି।
ମ୍ୟାଲେରିଆ ସଂକ୍ରମଣ ଉପରେ ନଜର ରଖିବା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଛାତ୍ରାବାସରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଉଛି। ଏଥିସହ ଲୋକଙ୍କୁ ସଚେତନ କରିବା ସହ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ଜୋରଦାର କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଗତ ବର୍ଷ ରାଜ୍ୟରେ ମୋଟ ୬୨,୧୩୭ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧୩,୦୩୪ ଜଣ ଏବଂ ରାୟଗଡ଼ା ଜିଲ୍ଲାରେ ୧୦,୯୧୩ ଜଣ ଆକ୍ରାନ୍ତ ଥିଲେ।
ତେବେ ସ୍ୱାସ୍ଥ୍ୟ ବିଭାଗର ଦାବି ଅନୁଯାୟୀ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି।
ଆଶ୍ରମ ସ୍କୁଲ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ତଦନ୍ତ ଜାରି ରହିଥିବା ବେଳେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପରିସ୍ଥିତି ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।
ଆମେ ପିଲାଦିନରୁ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛେ, ତାହା...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବି...
ଜମ୍ମୁ-କଶ୍ମୀରର ଡୋଡାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।...
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ଗୁଜରାଟ: ୬ ଲକ୍ଷ ଟଙ୍କାର ଋଣ ଶୁଝିବାରୁ ବଞ୍ଚିବା ଏବଂ ଋଣ ବ...
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...