ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅଧୀନ ଦାନୁ ସାହିରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ୮୨ ଗ୍ରାମ ସୁନା ଗହଣା ସହ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଘର ମାଲିକ ସୁଶାନ୍ତ ସେନାପତି ପରିବାର ସହ କିଛି ଦିନ ପାଇଁ ନିଜ ଗଞ୍ଜାମ ଘରକୁ ଯାଇଥିଲେ। ଏହି ସମୟରେ ଘରଟି ଖାଲି ଥିବା ସୁଯୋଗ ନେଇ ଚୋରମାନେ ପଛ ଦ୍ୱାର ଭାଙ୍ଗି ଘରକୁ ପ୍ରବେଶ କରିଥିଲେ।
ଦୁର୍ବୃତ୍ତମାନେ ଆଲମାରି ଭାଙ୍ଗି ଦୁଇଟି ସୁନା ଚେନ୍, ଦୁଇଟି ଅଂଠି, କାନବୁଣି, ସୁନା ହାର ସହ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ପଳାଇଥିବା ଅଭିଯୋଗ ରହିଛି। ପରିବାର ଫେରିବା ପରେ ଘଟଣା ଜଣାପଡ଼ିଥିଲା।
ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୁତ୍ର ମିଳିନଥିବା ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚୋରି ଘଟଣାକୁ ନେଇ ଚିନ୍ତା ବଢ଼ିଛି ଏବଂ ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ଘଟଣା ଅଞ୍ଚଳରେ ଆଇନ-ଶୃଙ୍ଖଳା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...
ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...