ପୁରୀ:ପୁରୀ ଜିଲ୍ଲାରେ ପୁଣି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଗୋପ ଥାନା ଅଧୀନ କୁସୁପୁର ଗାଁର ରାମେଶ୍ୱରୀ ମନ୍ଦିରରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ମନ୍ଦିରରୁ ଅଧିଷ୍ଠାତ୍ରୀ ଦେବୀଙ୍କ ରୂପା ମୁକୁଟ ସହିତ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଚୋରି କରି ନେଇଛନ୍ତି।
ସକାଳେ ମନ୍ଦିର ପୂଜକ ଦୈନିକ ପୂଜା ପାଇଁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ସେ ମନ୍ଦିରର ତାଲା ଭଙ୍ଗା ଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଗୋପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାମେଶ୍ୱରୀ ମନ୍ଦିରରୁ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ବଢ଼ିଛି। କାରଣ, ଗୋପ ଥାନା ଅଧୀନରେ ସେପ୍ଟେମ୍ବର ୮ ତାରିଖରେ ଆଉ ଦୁଇଟି ମନ୍ଦିରରୁ ଚୋରି ହୋଇଥିଲା। ଦୁଇ ଦିନ ମଧ୍ୟରେ ୩ଟି ମନ୍ଦିରରୁ ଚୋରି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ମଧ୍ୟରେ ଗତ କିଛି ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମନ୍ଦିର ଚୋରିର ଅନେକ ଅଭିଯୋଗ ଆସିଛି।
ସେପ୍ଟେମ୍ବର ୫ ତାରିଖରେ ଭୁବନେଶ୍ୱରର ବାଲିଅନ୍ତା ଥାନା ଅଧୀନ ବୁଢ଼ାଲୋ ଗାଁର ଏକ ମନ୍ଦିରରୁ ଗ୍ରାମଦେବୀ ମା' ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଭୋର ପ୍ରାୟ ୧ଟା ୩୦ରେ ଦୁର୍ବୃତ୍ତମାନେ ମନ୍ଦିରରୁ ମୂର୍ତ୍ତି ନେଇଯାଇଥିବା ଅଭିଯୋଗ ରହିଛି।
ସେହି ଦିନ ରାୟଗଡ଼ା ଜିଲ୍ଲା ଗୁଣପୁରର ପୁରୁଣା ବସଷ୍ଟାଣ୍ଡ ନିକଟ ବାଘୁଆ ମନ୍ଦିର ଓ ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ ମଧ୍ୟ ଚୋରି ଅଭିଯୋଗ ଆସିଥିଲା। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଚୋରି କରିଥିବା ଜଣାପଡ଼ିଥିଲା।
ସେପ୍ଟେମ୍ବର ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ୍ ଥାନା ଅଧୀନ ନିମିଡ଼ି ଗାଁର ଜଗନ୍ନାଥ ମନ୍ଦିରରୁ ମଧ୍ୟ ଦାମୀ ପିତ୍ତଳ ମୂର୍ତ୍ତି ଓ ରୂପା ଅଳଙ୍କାର ଚୋରି ହୋଇଥିଲା। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଥିଲା।
ଏହି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ଏପଟେ ରାମେଶ୍ୱରୀ ମନ୍ଦିର ଚୋରି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି। ଲଗାତାର ମନ୍ଦିର ଚୋରି ଘଟଣା ସାମ୍ନାକୁ ଆସୁଥିବାରୁ ମନ୍ଦିର ଓ ଦେବାଦେବୀଙ୍କ ମୂଲ୍ୟବାନ ସାମଗ୍ରୀର ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି।
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...