ଟ୍ରେନ୍‌ରେ ଧୂମପାନ ଓ ଅନଧିକୃତ ହକିଂ କଲେ ଗଣିବାକୁ ପଡ଼ିବ ମୋଟା ଜରିମାନା, କଠୋର ନିୟମ ଆଣିଲା ରେଳବାଇ

ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ଟ୍ରେନ୍‌ ଏବଂ ରେଳ ପରିସରରେ ଧୂମପାନ, ଅନଧିକୃତ ହକିଂ ଓ ଭିକ୍ଷାବୃତ୍ତି ବିରୋଧରେ କଠୋର ନିୟମ ଲାଗୁ କରିଛି। ନୂଆ ବ୍ୟବସ୍ଥା ଅନୁଯାୟୀ ଏଭଳି ଅପରାଧ ପାଇଁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କେତେକ କ୍ଷେତ୍ରରେ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।
Indian Railways imposes stricter penalties on smoking and unauthorized hawking in trains and railway premises.
Indian Railways imposes stricter penalties on smoking and unauthorized hawking in trains and railway premises.

 ରେଳ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ରେଳ ପରିସରରେ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଧୂମପାନ, ଅନଧିକୃତ ହକିଂ ଓ ଭିକ୍ଷାବୃତ୍ତି ବିରୋଧରେ ନିୟମକୁ ଆହୁରି କଠୋର କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁଜନ ବିଶ୍ୱାସ (ସଂଶୋଧନ ବ୍ୟବସ୍ଥା) ଅଧିନିୟମ, ୨୦୨୬ଅନୁଯାୟୀ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତି ପରେ ଏହି ସଂଶୋଧିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ରେଳ ଆଇନର ଧାରା ୧୬୭ ଅନୁଯାୟୀ ଟ୍ରେନ୍ ଏବଂ ରେଳ ପରିସରରେ ଧୂମପାନ ସମ୍ପୂର୍ଣ୍ଣ ନିଷିଦ୍ଧ। ରେଳବାଇର କହିବା ଅନୁଯାୟୀ, ପୂର୍ବରୁ ଘଟିଥିବା ଅନେକ ଅଗ୍ନିକାଣ୍ଡ ଘଟଣା ପଛରେ ଟ୍ରେନ୍ରେ ଧୂମପାନ କିମ୍ବା ଜ୍ୱଲନଶୀଳ ସାମଗ୍ରୀ ପରିବହନ କାରଣ ଥିବା ସନ୍ଦେହ କରାଯାଇଥିଲା।

ସଂଶୋଧିତ ନିୟମ ଅନୁଯାୟୀ, ଟ୍ରେନ୍ କିମ୍ବା ରେଳ ପରିସରରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ସହ ଦୋଷୀଙ୍କ ଟିକେଟ୍ କିମ୍ବା ପାସ୍ ବାତିଲ କରାଯାଇପାରିବ ଏବଂ ରେଳ କର୍ମଚାରୀମାନେ ତାଙ୍କୁ ପରିସରରୁ ବାହାର କରିପାରିବେ। ଯଦି କେହି ଜରିମାନା ଦେବାକୁ ଅସ୍ୱୀକାର କରନ୍ତି, ତେବେ ତାଙ୍କୁ ସକ୍ଷମ ଅଦାଲତରେ ହାଜର କରାଯାଇପାରିବ। ଦୋଷ ପ୍ରମାଣିତ ହେଲେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ସେହିପରି ରେଳ ଆଇନର ଧାରା ୧୪୪ ଅନୁଯାୟୀ ଯାତ୍ରୀ ଅଞ୍ଚଳରେ ଅନୁମତି ବିନା ହକିଂ, ବିକ୍ରୟ କିମ୍ବା ପ୍ରଚାର କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି।

ନୂଆ ନିୟମ ଅନୁଯାୟୀ, ବୈଧ ରେଳ ଲାଇସେନ୍ସ ବିନା ହକିଂ କିମ୍ବା ସାମଗ୍ରୀ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜରିମାନା ନ ଦେଲେ ମାମଲା ରୁଜୁ ହୋଇପାରିବ ଏବଂ ଦୋଷୀଙ୍କୁ ସର୍ବାଧିକ ତିନି ମାସ ଜେଲ୍, ୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।

ରେଳବାଇର ମତରେ, ଏହି କଠୋର ପଦକ୍ଷେପ ଫଳରେ ଯାତ୍ରୀମାନେ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ପରିବେଶରେ ଯାତ୍ରା କରିପାରିବେ।

LIVE TV
LIVE
Latest News
ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ IAS, IPS ହେବାକୁ ଲକ୍ଷ୍ୟ

ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ...

ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...

ଆଫଗାନିସ୍ତାନରେ ଝିଅଙ୍କ ଶିକ୍ଷା ଉପରେ ତାଲିବାନ୍‌ର କଟକଣାକୁ ନେଇ ଜାକିର ନାଇକଙ୍କ ମନ୍ତବ୍ୟ, ଭାରତ-ପାକିସ୍ତାନ-ଆଫଗାନିସ୍ତାନରେ ସମାଲୋଚନା

ଆଫଗାନିସ୍ତାନରେ ଝିଅଙ୍କ ଶିକ୍ଷା ଉପରେ ତାଲିବାନ୍‌ର କଟକଣାକୁ...

ଆଫଗାନିସ୍ତାନରେ ଝିଅମାନଙ୍କ ଶିକ୍ଷା ଉପରେ ତାଲିବାନ୍‌...

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା...

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...

UK Student Visa ନିୟମରେ ବଡ଼ ପରିବର୍ତ୍ତନ! ନଭେମ୍ବର ୩୦ରୁ ଅଧିକ ଟଙ୍କା ଦେଖାଇବାକୁ ପଡ଼ିବ ଭାରତୀୟ ଛାତ୍ରଛାତ୍ରୀଙ୍କୁ

UK Student Visa ନିୟମରେ ବଡ଼ ପରିବର୍ତ୍ତନ!...

ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...

୪୨ ବର୍ଷର ସେବା ପରେ ବାୟୁସେନା ମୁଖ୍ୟଙ୍କୁ ବିଦାୟ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

୪୨ ବର୍ଷର ସେବା ପରେ ବାୟୁସେନା ମୁଖ୍ୟଙ୍କୁ...

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ...

NEET SS 2026 ପାଇଁ ଆରମ୍ଭ ହେଲା ଆବେଦନ, ନଭେମ୍ବର ୧୮ ଶେଷ ତାରିଖ; ଡିସେମ୍ବର ୧୧ରୁ ପରୀକ୍ଷା

NEET SS 2026 ପାଇଁ ଆରମ୍ଭ ହେଲା...

ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...

ଦକ୍ଷିଣ ଇରାନରେ ୫.୦ ତୀବ୍ରତାର ଭୂକମ୍ପ! ୧୦ କିମି ଗଭୀରତାରେ ଉତ୍ପତ୍ତି, କ୍ଷୟକ୍ଷତିର ତଥ୍ୟ ଅପେକ୍ଷା

ଦକ୍ଷିଣ ଇରାନରେ ୫.୦ ତୀବ୍ରତାର ଭୂକମ୍ପ! ୧୦...

ଦକ୍ଷିଣ ଇରାନରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। US...

ଲକ୍ଷ୍ନୌରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଅମିତ ଶାହ ଓ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭାରତୀୟ ଜନତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+