ରେଳ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ରେଳ ପରିସରରେ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଧୂମପାନ, ଅନଧିକୃତ ହକିଂ ଓ ଭିକ୍ଷାବୃତ୍ତି ବିରୋଧରେ ନିୟମକୁ ଆହୁରି କଠୋର କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁଜନ ବିଶ୍ୱାସ (ସଂଶୋଧନ ବ୍ୟବସ୍ଥା) ଅଧିନିୟମ, ୨୦୨୬ଅନୁଯାୟୀ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତି ପରେ ଏହି ସଂଶୋଧିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।
ରେଳ ଆଇନର ଧାରା ୧୬୭ ଅନୁଯାୟୀ ଟ୍ରେନ୍ ଏବଂ ରେଳ ପରିସରରେ ଧୂମପାନ ସମ୍ପୂର୍ଣ୍ଣ ନିଷିଦ୍ଧ। ରେଳବାଇର କହିବା ଅନୁଯାୟୀ, ପୂର୍ବରୁ ଘଟିଥିବା ଅନେକ ଅଗ୍ନିକାଣ୍ଡ ଘଟଣା ପଛରେ ଟ୍ରେନ୍ରେ ଧୂମପାନ କିମ୍ବା ଜ୍ୱଲନଶୀଳ ସାମଗ୍ରୀ ପରିବହନ କାରଣ ଥିବା ସନ୍ଦେହ କରାଯାଇଥିଲା।
ସଂଶୋଧିତ ନିୟମ ଅନୁଯାୟୀ, ଟ୍ରେନ୍ କିମ୍ବା ରେଳ ପରିସରରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ସହ ଦୋଷୀଙ୍କ ଟିକେଟ୍ କିମ୍ବା ପାସ୍ ବାତିଲ କରାଯାଇପାରିବ ଏବଂ ରେଳ କର୍ମଚାରୀମାନେ ତାଙ୍କୁ ପରିସରରୁ ବାହାର କରିପାରିବେ। ଯଦି କେହି ଜରିମାନା ଦେବାକୁ ଅସ୍ୱୀକାର କରନ୍ତି, ତେବେ ତାଙ୍କୁ ସକ୍ଷମ ଅଦାଲତରେ ହାଜର କରାଯାଇପାରିବ। ଦୋଷ ପ୍ରମାଣିତ ହେଲେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ସେହିପରି ରେଳ ଆଇନର ଧାରା ୧୪୪ ଅନୁଯାୟୀ ଯାତ୍ରୀ ଅଞ୍ଚଳରେ ଅନୁମତି ବିନା ହକିଂ, ବିକ୍ରୟ କିମ୍ବା ପ୍ରଚାର କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି।
ନୂଆ ନିୟମ ଅନୁଯାୟୀ, ବୈଧ ରେଳ ଲାଇସେନ୍ସ ବିନା ହକିଂ କିମ୍ବା ସାମଗ୍ରୀ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜରିମାନା ନ ଦେଲେ ମାମଲା ରୁଜୁ ହୋଇପାରିବ ଏବଂ ଦୋଷୀଙ୍କୁ ସର୍ବାଧିକ ତିନି ମାସ ଜେଲ୍, ୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।
ରେଳବାଇର ମତରେ, ଏହି କଠୋର ପଦକ୍ଷେପ ଫଳରେ ଯାତ୍ରୀମାନେ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ପରିବେଶରେ ଯାତ୍ରା କରିପାରିବେ।
ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ଓ ଦୀର୍ଘମିଆଦି ସମ୍ପଦ ବିକା...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ଗତିବିଧିରେ ହେଉଥ...
ଓଡ଼ିଶାର ଗଣପର୍ବ ରଜ ଆସିଲେ ଘରେ ଘରେ ଦୋଳି ଖେଳର ଉତ୍ସାହ ଦ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର...
ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା, ଘଡ଼ଘଡ଼ି...
ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବା...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ସ୍ଥିତିରେ ହେଉଥି...
ଆସନ୍ତା ଖରିଫ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଲ୍ ନ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍...
ଓଡ଼ିଶାବାସୀଙ୍କୁ ଖରା ଓ ଗରମରୁ କିଛିଟା ଆଶ୍ୱସ୍ତି ମ...
କେନ୍ଦୁଝର ଜିଲ୍ଲାର ଟେଲକୋଇ ବ୍ଲକ୍ ପ୍ରତିବର୍ଷ ହଜାର ହଜାର...
ଓଡ଼ିଶାରେ ସୁନା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣ...