ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରାମମନ୍ଦିର ଦାନ ପାଣ୍ଠି ଓ କଥିତ ଆର୍ଥିକ ଅନିୟମିତତା ପ୍ରସଙ୍ଗ ପୁଣିଥରେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ମିଳିତ ପତ୍ର ଲେଖି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆର୍ଥିକ କାରବାରର ସ୍ୱାଧୀନ ଓ ବ୍ୟାପକ ତଦନ୍ତ ଦାବି କରିଛନ୍ତି।
ପତ୍ରରେ ଉଭୟ ନେତା କହିଛନ୍ତି ଯେ, କୋଟି କୋଟି ରାମଭକ୍ତଙ୍କ ଆସ୍ଥା ସହ ଜଡ଼ିତ ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ନୀରବତା ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେମାନେ ଦାବି କରିଛନ୍ତି।
କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାର, ନଗଦ ଦାନ, ସୁନା, ରୂପା ଏବଂ ଅନ୍ୟାନ୍ୟ ଚଢ଼ାଉର ପରିଚାଳନା ପ୍ରକ୍ରିୟାର ସମ୍ପୂର୍ଣ୍ଣ ଓ ନିରପେକ୍ଷ ଯାଞ୍ଚ କରାଯାଉ।
ପତ୍ରରେ ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କ ନାମ ଉଲ୍ଲେଖ କରି କିଛି ଅଭିଯୋଗର କଥା ମଧ୍ୟ ଉଠାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ୱାଧୀନ ତଦନ୍ତ ଆବଶ୍ୟକ ବୋଲି କଂଗ୍ରେସ ଦାବି କରିଛି।
ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କ ମତରେ, ତଦନ୍ତ କେବଳ ଦସ୍ତାବିଜରେ ସୀମିତ ନରହି, ଦେଶ ଓ ବିଦେଶରୁ ଆସିଥିବା ସମସ୍ତ ପ୍ରକାରର ଦାନ ଓ ଚଢ଼ାଉର ବ୍ୟବହାର କିପରି ହୋଇଛି ତାହାର ମଧ୍ୟ ଗଭୀର ଯାଞ୍ଚ ହେବା ଉଚିତ।
ସେମାନେ ଆହୁରି ଦାବି କରିଛନ୍ତି ଯେ, ତଦନ୍ତ ଶେଷ ହେବା ପରେ ରିପୋର୍ଟ ସହିତ ଟ୍ରଷ୍ଟର ସମସ୍ତ ଆର୍ଥିକ ହିସାବ ସାର୍ବଜନୀନ କରାଯାଉ, ଯାହାଦ୍ୱାରା ଦେଶ ଓ ବିଦେଶର କୋଟି କୋଟି ଭକ୍ତ ନିଜ ଦାନର ବ୍ୟବହାର ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇପାରିବେ।
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଭୁବନେଶ୍ୱର: ବିବାହର କିଛି ଦିନ ପରେ ଶ୍ୱଶୁର ଘରେ ଚୋରି ଅଭି...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ...