ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ବରିଷ୍ଠ ନେତ୍ରୀରାବଡ଼ି ଦେବୀପ୍ରାୟ ଦୁଇ ଦଶନ୍ଧି ଧରି ବ୍ୟବହାର କରୁଥିବା ପାଟନାର୧୦ ସର୍କୁଲାର ରୋଡ୍ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବା ଆରମ୍ଭ କରିଛନ୍ତି।
ସୋମବାର ବଙ୍ଗଳା ଖାଲି କରିବାର ଶେଷ ସମୟସୀମା ଥିବାରୁ ରବିବାର ସନ୍ଧ୍ୟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବଙ୍ଗଳା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଲାଯାଇଥିବା ବେଳେ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଟ୍ରକ୍ ଯୋଗେ ପାଟନାର କୌଟିଲ୍ୟ ନଗରସ୍ଥିତ ପରିବାରର ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତର କରାଯାଉଛି।
ରାବଡ଼ି ଦେବୀ ୨୦୦୬ ମସିହାରୁ ଏହି ସରକାରୀ ବଙ୍ଗଳାରେ ବସବାସ କରୁଥିଲେ। ପ୍ରଥମେ ବିହାର ବିଧାନସଭାର ବିରୋଧୀ ଦଳ ନେତ୍ରୀ ଭାବେ ତାଙ୍କୁ ଏହି ବାସଭବନ ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତ୍ରୀ ହେବା ପରେ ମଧ୍ୟ ସେହି ବଙ୍ଗଳାରେ ରହିଆସୁଥିଲେ।
ଦୀର୍ଘ ବର୍ଷ ଧରି ଏହି ସରକାରୀ ବଙ୍ଗଳା ଲାଲୁ ପ୍ରସାଦ ଯାଦବ ପରିବାର ଏବଂ ଆର୍ଜେଡିର ବିଭିନ୍ନ ରାଜନୈତିକ ବୈଠକ ଓ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ଥିଲା। ବଙ୍ଗଳା ଖାଲି କରିବା ସହ ବିହାର ରାଜନୀତିର ଏକ ଦୀର୍ଘ ଅଧ୍ୟାୟର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି।
୧୩୦ ସାଇକ୍ଲୋନ୍ ସେଲ୍ଟରରେ ମହଜୁଦ ରହିବ ଜରୁରୀ ସାମଗ୍ରୀ...
ସମସ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ସମ୍ଭାବ୍ୟ ବାତ୍ୟ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ରମଶଃ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ...