Former Bihar Chief Minister Rabri Devi vacates Patna government bungalow after nearly two decades.

ପ୍ରାୟ ୨୦ ବର୍ଷ ପରେ ସରକାରୀ ବଙ୍ଗଳା ଛାଡ଼ିଲେ ରାବଡ଼ି ଦେବୀ, ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆର୍‌ଜେଡିର ବରିଷ୍ଠ ନେତ୍ରୀ ରାବଡ଼ି ଦେବୀ ପାଟନାର ୧୦ ସର୍କୁଲାର ରୋଡ୍‌ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବା ଆରମ୍ଭ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ଏହି ବାସଭବନରେ ରହିବା ପରେ ସେ ଏବେ ପରିବାରର ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ବରିଷ୍ଠ ନେତ୍ରୀରାବଡ଼ି ଦେବୀପ୍ରାୟ ଦୁଇ ଦଶନ୍ଧି ଧରି ବ୍ୟବହାର କରୁଥିବା ପାଟନାର୧୦ ସର୍କୁଲାର ରୋଡ୍ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବା ଆରମ୍ଭ କରିଛନ୍ତି।

ସୋମବାର ବଙ୍ଗଳା ଖାଲି କରିବାର ଶେଷ ସମୟସୀମା ଥିବାରୁ ରବିବାର ସନ୍ଧ୍ୟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବଙ୍ଗଳା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଲାଯାଇଥିବା ବେଳେ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଟ୍ରକ୍ ଯୋଗେ ପାଟନାର କୌଟିଲ୍ୟ ନଗରସ୍ଥିତ ପରିବାରର ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତର କରାଯାଉଛି।

ରାବଡ଼ି ଦେବୀ ୨୦୦୬ ମସିହାରୁ ଏହି ସରକାରୀ ବଙ୍ଗଳାରେ ବସବାସ କରୁଥିଲେ। ପ୍ରଥମେ ବିହାର ବିଧାନସଭାର ବିରୋଧୀ ଦଳ ନେତ୍ରୀ ଭାବେ ତାଙ୍କୁ ଏହି ବାସଭବନ ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତ୍ରୀ ହେବା ପରେ ମଧ୍ୟ ସେହି ବଙ୍ଗଳାରେ ରହିଆସୁଥିଲେ।

ଦୀର୍ଘ ବର୍ଷ ଧରି ଏହି ସରକାରୀ ବଙ୍ଗଳା ଲାଲୁ ପ୍ରସାଦ ଯାଦବ ପରିବାର ଏବଂ ଆର୍ଜେଡିର ବିଭିନ୍ନ ରାଜନୈତିକ ବୈଠକ ଓ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ଥିଲା। ବଙ୍ଗଳା ଖାଲି କରିବା ସହ ବିହାର ରାଜନୀତିର ଏକ ଦୀର୍ଘ ଅଧ୍ୟାୟର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି।

Latest News
Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+