ରଥଯାତ୍ରା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ଗୁରୁବାର ସକାଳେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଦୀର୍ଘ ସମୟ ଧରି ଉଡ଼ୁଥିବା ଦେଖାଯାଇଥିଲା। ଡ୍ରୋନ୍ଟି ପବିତ୍ର ନୀଳଚକ୍ର ନିକଟରେ ଘୂରିବା ସହ ବିଭିନ୍ନ କୋଣରୁ ଫଟୋ ଓ ଭିଡିଓ ଧାରଣ କରୁଥିବା ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, କେବେ ଡ୍ରୋନ୍ଟି ନୀଳଚକ୍ର ଉପରେ ଉଡ଼ୁଥିଲା, ଆଉ କେବେ ମନ୍ଦିର ପରିସର ଚାରିପାଖରେ ଚକ୍କର କାଟୁଥିଲା। ଏହାକୁ ନେଇ ସୁରକ୍ଷା କର୍ମୀମାନେ ତୁରନ୍ତ ସତର୍କ ହୋଇ ତଦନ୍ତ ଆରମ୍ଭ କରିଥିଲେ।
ସ୍ୱତନ୍ତ୍ର ସୁରକ୍ଷା ଦଳ ଡ୍ରୋନ୍ ଚାଳକଙ୍କୁ ଟ୍ରାକ୍ କରି ଶ୍ରୀମନ୍ଦିର ନିକଟସ୍ଥ ମତିମଣ୍ଡପ ସାହିର ମଙ୍ଗୁ ମଠ ପାଖରୁ ଅଟକ ରଖିଥିଲା। ଅଭିଯୁକ୍ତଙ୍କ ପରିଚୟ କୋଲକାତାରଜୟକୃଷ୍ଣ ମଣ୍ଡଳବୋଲି ଜଣାପଡ଼ିଛି।
ପୋଲିସ ଡ୍ରୋନ୍ଟିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ସିଂହଦ୍ୱାର ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ଡ୍ରୋନ୍ର ମେମୋରି ଯାଞ୍ଚ କରାଯାଉଛି, ଯାହାଦ୍ୱାରା କେଉଁ କେଉଁ ଫଟୋ ଓ ଭିଡିଓ ରେକର୍ଡ ହୋଇଛି ତାହା ଜଣାପଡ଼ିବ।
ସେହିପରି, ଡ୍ରୋନ୍ ଉଡ଼ାଇବା ପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ନୋ-ଫ୍ଲାଏ ଜୋନ୍ର ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ରଥଯାତ୍ରା ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ କିପରି ଉଡ଼ିଲା, ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି।
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...