ତିନିଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରି ବାବୁ କମ୍ଭମପତି, ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
ବିମାନବନ୍ଦରରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଧାସଳଖଲୋକ ଭବନଯାଇଥିଲେ। ସୋମବାର ସନ୍ଧ୍ୟାରେ ସେଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ। ଏହା ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମଙ୍ଗଳବାର ସକାଳେ ସେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ। ସେଠାରୁ ପ୍ରାୟ୮୦ କିଲୋମିଟର ରାସ୍ତାପଥଦେଇ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପନ୍ଥନିବାସ ଯିବେ।
ତପ୍ତପାଣିରେ ରାଷ୍ଟ୍ରପତି ପ୍ରସିଦ୍ଧ ଗରମ ପାଣି ଝରଣାରେ ପବିତ୍ର ସ୍ନାନ କରିବା ସହମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।
ମନ୍ଦିର ଦର୍ଶନ ପରେ ରାଷ୍ଟ୍ରପତି ପୁଣି ବ୍ରହ୍ମପୁର ଫେରିବେ। ସେଠାରେ ଗୋପାଳପୁରସ୍ଥିତଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରି ତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାଙ୍କ ଯାତ୍ରା କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ସମ୍ପନ୍ନ ହୁଏ, ସେଥିପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳବାଇ କର୍ତ୍ତୃପକ୍ଷ ସୁରକ୍ଷା ଓ ଲଜିଷ୍ଟିକ୍ ବ୍ୟବସ୍ଥାର ସବିଶେଷ ସମୀକ୍ଷା କରିଛନ୍ତି।
ଜମ୍ମୁ: ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ଧରି ବାଧାପ୍ରାପ୍ତ ହ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ମାର୍ଭେଲ ଷ୍ଟୁଡିଓର ବହୁ ପ୍ରତୀକ୍ଷିତ ସୁପରହିରୋ ଫିଲ୍ମSpid...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ...
ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର।ଭାରତୀୟ ରେଳବାଇପକ୍ଷ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ ଓ ସ୍ୱଚ୍ଛ କରିବା ପାଇ...