NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ୍ଷା ଓ ପରୀକ୍ଷାର୍ଥୀ ସୁବିଧାକୁ ଗୁରୁତ୍ୱ ଦେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଗଷ୍ଟ ୩୦ରେ ଦେଶବ୍ୟାପୀ ହେବାକୁ ଥିବା ଏହି ପରୀକ୍ଷାରେ୨.୭୩ ଲକ୍ଷରୁ ଅଧିକ ମେଡିକାଲ୍ ଆଶାୟୀସାମିଲ ହେବେ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା NEET-PG ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସେସ୍ (NBEMS), ପ୍ରଯୁକ୍ତି ସହଯୋଗୀ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ ଅନ୍ୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ସେ ଅବଗତ ହୋଇଛନ୍ତି।
ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ସହ ପେପର୍ ଲିକ୍ ଓ ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଏଥିରେ—
ରହିବ।
ପରୀକ୍ଷା ପରିଚାଳନା ପାଇଁ ସାରା ଦେଶରେ୬୦ ହଜାରରୁ ଅଧିକ କର୍ମଚାରୀନିୟୋଜିତ ହେବେ।
ପ୍ରଶ୍ନପତ୍ରର ଗୋପନୀୟତା ବଜାୟ ରଖିବାକୁ ଏଥର ଅତ୍ୟାଧୁନିକ ପ୍ରଯୁକ୍ତିର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ପରୀକ୍ଷା ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ଅତ୍ୟନ୍ତ ସୁରକ୍ଷିତ, ଏନ୍କ୍ରିପ୍ଟେଡ୍ ଓ ସମୟବଦ୍ଧ ପ୍ରକ୍ରିୟାରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ଚୟନ କରାଯିବ। ଏହା ଏକାଧିକ ସ୍ତରର ଏନ୍କ୍ରିପ୍ସନ୍ରେ ସୁରକ୍ଷିତ ରହିବ ଏବଂ ପରୀକ୍ଷା ଆରମ୍ଭ ହେବାର ନିର୍ଦ୍ଧାରିତ ସମୟରେ ହିଁ ଡିଜିଟାଲ୍ ଭାବେ ଡିକ୍ରିପ୍ଟ କରାଯିବ।
ସୋସିଆଲ୍ ମିଡିଆ କିମ୍ବା ଅନ୍ୟ ପ୍ଲାଟଫର୍ମରେ ପ୍ରଶ୍ନପତ୍ର ପୂର୍ବରୁ ମିଳିବ ବୋଲି ହେଉଥିବା ଦାବିକୁ ବିଶ୍ୱାସ ନକରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରୀକ୍ଷାର୍ଥୀଙ୍କୁ ସତର୍କ କରିଛନ୍ତି।
ଏଭଳି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଆଶାୟୀଙ୍କୁ ବିଭ୍ରାନ୍ତ କରିବା ପାଇଁ ହୋଇପାରେ ବୋଲି ସେ କହିଛନ୍ତି। ପରୀକ୍ଷାର୍ଥୀମାନେ କେବଳNBEMS ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରିକ ସୂଚନାଉପରେ ଭରସା କରିବାକୁ କୁହାଯାଇଛି।
ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ NBEMS ପକ୍ଷରୁ ଏକ ସ୍ୱତନ୍ତ୍ର ଇମେଲ୍ ବ୍ୟବସ୍ଥା ମଧ୍ୟ ସକ୍ରିୟ କରାଯାଇଛି।
ଏହା ମାଧ୍ୟମରେ ପରୀକ୍ଷାର୍ଥୀମାନେନକଲି ପରୀକ୍ଷାର୍ଥୀ, ଦଲାଲି ଓ ଅନ୍ୟାନ୍ୟ ପରୀକ୍ଷା ସମ୍ପର୍କିତ ଅନିୟମିତତାବିଷୟରେ ଅଭିଯୋଗ ଜଣାଇପାରିବେ।
ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ମଧ୍ୟ କିଛି ସଂସ୍କାର କରାଯାଇଛି।
ଏଥର ଆବେଦନକାରୀମାନେପରୀକ୍ଷା କେନ୍ଦ୍ର ପାଇଁ ୩ଟି ପସନ୍ଦର ରାଜ୍ୟଚୟନ କରିବାକୁ ପଡ଼ିବ। ଯେଉଁ ରାଜ୍ୟରେ ପରୀକ୍ଷାର୍ଥୀଙ୍କ ଚିଠିପତ୍ର ଯୋଗାଯୋଗ ଠିକଣା ରହିଛି, ତାହାକୁ ପ୍ରଥମ ପସନ୍ଦ ଭାବେ ରଖିବା ବାଧ୍ୟତାମୂଳକ।
ଏହି ବ୍ୟବସ୍ଥା ଦ୍ୱାରା ଆଶାୟୀମାନେ ନିଜ ବାସସ୍ଥାନ ନିକଟରେ ପରୀକ୍ଷା କେନ୍ଦ୍ର ପାଇବାର ସମ୍ଭାବନା ବଢ଼ିବ ଏବଂ ଦୂର ଯାତ୍ରାର ଅସୁବିଧା କମିବ।
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌କୁ ନେଇ ଓଡ଼ିଶା ଓ ଆ...
ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍‌ (S...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
ଅରୁଣାଚଳ ପ୍ରଦେଶରେ ପ୍ରସ୍ତାବିତସିୟାଙ୍ଗ ଅପର ମଲ୍ଟିପର୍ପଜ...
ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...
ଦୀପାବଳି ଓ ଧନତେରସ୍ ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥ...
ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...