ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର।ଭାରତୀୟ ରେଳବାଇପକ୍ଷରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଟ୍ରେନ୍ ଚଳାଚଳରେ ବଡ଼ ପରିବର୍ତ୍ତନ କରାଯାଇଛି। ବିହାରର ମୋକାମା ନିକଟ ଗଙ୍ଗା ନଦୀ ଉପରେ ନିର୍ମିତ ନୂଆ ଡବଲ୍-ଲାଇନ୍ ରେଳ ବ୍ରିଜ୍କୁ ରେଳ ନେଟୱର୍କ ସହ ଯୋଡ଼ିବା ପାଇଁନନ୍-ଇଣ୍ଟରଲକିଂ (NI) କାମକରାଯିବ।
ଏହି ରେଳ କାମସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪, ୨୦୨୬ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମୋଟ୮୪୫ଟି ଟ୍ରେନ୍ ସେବା ପ୍ରଭାବିତହେବ ବୋଲି ଇଷ୍ଟ ସେଣ୍ଟ୍ରାଲ୍ ରେଲୱେ (ECR) ପକ୍ଷରୁ ସୂଚନା ଦିଆଯାଇଛି।
ECRର CPRO ସରସ୍ୱତୀ ଚନ୍ଦ୍ରଙ୍କ ସୂଚନା ଅନୁଯାୟୀ—
ମୋକାମା ଅଞ୍ଚଳରେ ନୂଆ ବ୍ରିଜ୍କୁଅପର୍ ହାଥିଦାହ ଜଙ୍କସନ୍, ତାଲ୍ ଜଙ୍କସନ୍, ରାମପୁର ଡୁମ୍ରା, ଦିନକର ଗ୍ରାମ ସିମରିଆ ଓ ବରୌଣୀ ଜଙ୍କସନ୍ସହ ଯୋଡ଼ିବା ପାଇଁ ଏହି NI କାମ କରାଯିବ।
ବର୍ତ୍ତମାନ ଗଙ୍ଗା ଉପରେ ଥିବା ବ୍ରିଜ୍ରେ କେବଳ ଗୋଟିଏ ରେଳ ଲାଇନ୍ ରହିଛି। ବୈଷୟିକ ସୀମାବଦ୍ଧତା କାରଣରୁ ଏହି ବ୍ରିଜ୍ରେ ଆଉ ଗୋଟିଏ ଲାଇନ୍ ଯୋଡ଼ିବା ସମ୍ଭବ ନୁହେଁ। ତେଣୁ୨୦୧୫-୧୬ ରେଳ ବଜେଟ୍ରେ ୧,୪୯୧.୪୭ କୋଟି ଟଙ୍କା ବ୍ୟୟରେ ସମାନ୍ତରାଳ ଡବଲ୍-ଲାଇନ୍ ବ୍ରିଜ୍ ନିର୍ମାଣକୁ ମଞ୍ଜୁରୀମିଳିଥିଲା।
ଦିଆଯାଇଥିବା ସୂଚୀ ଅନୁଯାୟୀ,୨୦ ସେପ୍ଟେମ୍ବରରୁ ୪ ଅକ୍ଟୋବରପର୍ଯ୍ୟନ୍ତ ବିଭିନ୍ନ ଦିନରେ ଟ୍ରେନ୍ ବାତିଲ୍ ହେବ। ସବୁଠାରୁ ଅଧିକ ବାତିଲ୍ ଟ୍ରେନ୍୩ ଅକ୍ଟୋବରରେ ୩୬ଟି, ତା'ପରେ୧ ଓ ୨ ଅକ୍ଟୋବରରେ ୩୨ଟି ଲେଖାଏଁଏବଂ୨୭ ସେପ୍ଟେମ୍ବରରେ ୩୧ଟିରହିଛି।
ଏହି ସୂଚୀରେପୁରୀ-ପାଟଣା ଏକ୍ସପ୍ରେସ୍, ପାଟଣା-ପୁରୀ ଏକ୍ସପ୍ରେସ୍, ରାଉରକେଲା-ଜୟନଗର ଏକ୍ସପ୍ରେସ୍, ଜୟନଗର-ରାଉରକେଲା ଏକ୍ସପ୍ରେସ୍, ପୁରୀ-ଜୟନଗର ଏକ୍ସପ୍ରେସ୍ଭଳି କିଛି ଟ୍ରେନ୍ ମଧ୍ୟ ରହିଛି।
ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ତାରିଖ ଓ ଚଳାଚଳ ସ୍ଥିତି ନିଶ୍ଚିତ କରି ଯାତ୍ରା କରିବା ଉଚିତ।
ଯାଜପୁର ଜିଲ୍ଲାରେ ବନ୍ୟାର ଭୟାବହ ପ୍ରଭାବ। ଖରସ୍ରୋତା ନଦୀର...
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଗୀରଥ...
ଓଡ଼ିଶାରେ ବନ୍ୟା ସ୍ଥିତି ମଧ୍ୟରେ ଆସିଛିହୀରାକୁଦ ଜଳଭଣ୍ଡାର...
ଭଦ୍ରକ ଜିଲ୍ଲାରେ ବନ୍ୟାର ତାଣ୍ଡବ। ସାଳନ୍ଦୀ ନଦୀର ବନ୍ୟାଜଳ...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ବନ୍ୟା ବିପତ୍ତିରୁ ଓଡ଼ିଶା ଧୀରେ ଧୀରେ ମୁକୁଳୁଥିବା ବେଳେ ପ...
ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତଗାୟତ୍ରୀ ବ...
ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥାଫେଡେରାଲ ବ୍ୟୁରୋ ଅଫ୍...
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଲାର୍ଜ ସାଇଜ୍ଡ ଆଦିବାସୀ ମଲ୍ଟି...