ଅଜିତ ଅଗରକରଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା, ଚୟନ କମିଟିରେ ରମେଶ ପାୱାର

ଭାରତୀୟ କ୍ରିକେଟ୍‌ରେ ଚୟନ କମିଟିକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି। ଏହା ସହ ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ ଚୟନ କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।
pragyan-ojha
pragyan-ojha

ଭାରତୀୟ କ୍ରିକେଟ୍ରେ ଚୟନ କମିଟିକୁ ନେଇ ବଡ଼ ପରିବର୍ତ୍ତନ ଆସିଛି।ଅଜିତ ଅଗରକରଙ୍କ ସ୍ଥାନରେ ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ପୁରୁଷ ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।ସେହିପରି ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ ଚୟନ କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ବିସିସିଆଇ ସୋମବାର ଏହି ଘୋଷଣା କରିଛି।

ପ୍ରଜ୍ଞାନ ଓଝାଙ୍କୁ ତାଙ୍କବରିଷ୍ଠତା ଆଧାରରେଚୟନ କମିଟିର ଅଧ୍ୟକ୍ଷ କରାଯାଇଛି। ପାଞ୍ଚଜଣିଆ ଚୟନ କମିଟିରେ ସେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦସ୍ୟ। ଓଝା ଭାରତ ପାଇଁ୨୪ଟି ଟେଷ୍ଟଖେଳିଛନ୍ତି। ତାଙ୍କ ସହ ଶିବସୁନ୍ଦର ଦାସ, ଆର୍ପି ସିଂହ, ଅଜୟ ରାତ୍ରା ଓ ରମେଶ ପାୱାର ଚୟନ କମିଟିରେ ରହିବେ।

ରମେଶ ପାୱାରଙ୍କ ନିଯୁକ୍ତି ପାଇଁକ୍ରିକେଟ୍ ଆଡଭାଇଜରି କମିଟି (CAC)ପ୍ରକ୍ରିୟା ଶେଷ କରିଥିଲା। ଅଶୋକ ମଲହୋତ୍ରା ଓ ଜତିନ ପରାଞ୍ଜପେଙ୍କୁ ନେଇ ଗଠିତ CAC ଆବେଦନକାରୀଙ୍କ ସ୍କ୍ରିନିଂ ଓ ସାକ୍ଷାତକାର ପରେ ପାୱାରଙ୍କ ନାମକୁ ସର୍ବସମ୍ମତିରେ ସୁପାରିସ କରିଥିଲା।

ପାୱାର ଭାରତ ପାଇଁ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ଖେଳିଛନ୍ତି। ଅବସର ପରେ ସେ କୋଚିଂ କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ସେ ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍, ମୁମ୍ବାଇ ଓ ଗୁଜରାଟ ଦଳର କୋଚ୍ ଏବଂ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସର ବୋଲିଂ କୋଚ୍ ଭାବେ କାମ କରିଛନ୍ତି। ଭାରତୀୟ ମହିଳା ଦଳର କୋଚ୍ ଥିବା ସମୟରେ ଦଳ ଏସିଆ କପ୍ ଜିତିବା ସହ କମନୱେଲଥ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା।

ଅନ୍ୟପକ୍ଷରେ, ଅଜିତ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳ ଶେଷ ହୋଇଛି।ଜୁଲାଇ ୨୦୨୩ରେସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ୩ଟି ICC ଟ୍ରଫି, ୨ଟି ଏସିଆ କପ୍ ଏବଂ ଲଗାତାର ଦୁଇଟି ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକଜିତିଛି।

ଅଗରକରଙ୍କ କାର୍ଯ୍ୟକାଳରେ ଭାରତ୨୦୨୪ ଓ ୨୦୨୬ T20 ବିଶ୍ୱକପ୍ଏବଂ୨୦୨୫ ଚାମ୍ପିଅନ୍ସ ଟ୍ରଫିଜିତିଥିଲା। ଏହା ସହ ଭାରତ ୨୦୨୩ ODI ବିଶ୍ୱକପ୍ର ଫାଇନାଲ୍ରେ ମଧ୍ୟ ପହଞ୍ଚିଥିଲା।

ଏବେ ପ୍ରଜ୍ଞାନ ଓଝାଙ୍କ ନେତୃତ୍ୱରେ ଚୟନ କମିଟି ସାମ୍ନାରେ ରହିଛି ଏକ ବ୍ୟସ୍ତ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର। ଆସନ୍ତା ନ୍ୟୁଜିଲାଣ୍ଡ ଗସ୍ତ ସହିତ ବିଭିନ୍ନ ଫର୍ମାଟ୍ ପାଇଁ ଦଳ ଚୟନ, ଖେଳାଳିଙ୍କ କାର୍ଯ୍ୟଭାର ଏବଂ ଆଗାମୀ୨୦୨୭ ODI ବିଶ୍ୱକପ୍ପାଇଁ ଦଳ ଗଠନ ଚୟନକର୍ତ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେବ।

LIVE TV
LIVE
Latest News
ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ପରଲୋକ, ଶୋକରେ ସାମ୍ବାଦିକ ମହଲ

ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ପରଲୋକ, ଶୋକରେ...

କଟକ: ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଆସିଛି ଦୁଃଖଦ ଖବର।...

ଇମ୍ରାନ ଖାନଙ୍କୁ ‘ଭାରତ ଛାଡ଼’ ନୋଟିସ୍: ଅକ୍ଟୋବର ୨୬ରେ ବମ୍ବେ ହାଇକୋର୍ଟରେ ଶୁଣାଣି

ଇମ୍ରାନ ଖାନଙ୍କୁ ‘ଭାରତ ଛାଡ଼’ ନୋଟିସ୍: ଅକ୍ଟୋବର...

କ’ଣ ହେଉଛି ମାମଲା? ଅଭିନେତା ଇମ୍ରାନ ଖାନ ମୁମ୍ବ...

କତାରରେ ଓଡ଼ିଶା ପାଇଁ ଗୌରବ: ‘International Founder of the Year 2026’ ସମ୍ମାନରେ ସମ୍ମାନିତ ଅଚ୍ୟୁତ ସାମନ୍ତ

କତାରରେ ଓଡ଼ିଶା ପାଇଁ ଗୌରବ: ‘International Founder...

କିଟ୍‌ (KIIT) ଓ କିସ୍‌ (KISS)ର ପ୍ରତିଷ୍ଠାତା...

ବିଳମ୍ବିତ ରାତିରେ ମନ୍ଦିର ନିକଟରେ ବୁଲୁଥିଲା ବିରଳ ବଜ୍ରକାପ୍ତା, ଉଦ୍ଧାର କଲେ ଯୁବକ

ବିଳମ୍ବିତ ରାତିରେ ମନ୍ଦିର ନିକଟରେ ବୁଲୁଥିଲା ବିରଳ...

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବରାଳ ବାଲୁଙ୍କେଶ୍ୱର ମନ୍ଦିର ନ...

ବଙ୍ଗୋପସାଗରରେ ବାତ୍ୟା ଆସୁଛି ନା ଗୁଜବ? IMDର ବଡ଼ ଅପଡେଟ୍

ବଙ୍ଗୋପସାଗରରେ ବାତ୍ୟା ଆସୁଛି ନା ଗୁଜବ? IMDର...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସୋସିଆଲ ମିଡିଆ ଓ...

୨୦୨୩ ନିର୍ବାଚନ ଆୟୋଗ ଆଇନକୁ ସମର୍ଥନ ଦେଇ ଭୁଲ କରିଥିଲୁ: ଜଗନ ରେଡ୍ଡୀ

୨୦୨୩ ନିର୍ବାଚନ ଆୟୋଗ ଆଇନକୁ ସମର୍ଥନ ଦେଇ...

୨୦୨୩ର ଆଇନକୁ ସମର୍ଥନ ନେଇ ଜଗନଙ୍କ ଅନୁତାପ ଜଗନ ରେଡ୍ଡୀ...

ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ! ଓଡ଼ିଶା ଉପକୂଳ ପାଇଁ ବଢ଼ିଲା ନଜର, ୨୫-୨୬ରେ ଲଘୁଚାପ ସମ୍ଭାବନା

ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ!...

ବଙ୍ଗୋପସାଗର ଉପରେ ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ନେ...

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିକୁ ମନ୍ତ୍ରୀ ଗୋକୁଳାନନ୍ଦଙ୍କ ଟାର୍ଗେଟ୍‌, କହିଲେ- ୮ ବର୍ଷ କାହିଁକି ବନ୍ଦ ଥିଲା?

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିକୁ ମନ୍ତ୍ରୀ...

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିବା ପରେ ଏ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+