ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି ଯେ, ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କାହିଁକି ବନ୍ଦ ରହିଥିଲା, ଏହାର ଜବାବ ବିଜେଡି ଦେବା ଆବଶ୍ୟକ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ସେ ଦାବି କରିଛନ୍ତି।
ଯୁବପିଢ଼ିଙ୍କ ଭୂମିକା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କଟକ ଷ୍ଟାଡିୟମରେ ହଜାର ହଜାର ଯୁବକ-ଯୁବତୀ ଏକାଠି ହୋଇଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ଯୁବପିଢ଼ିଙ୍କୁ ଆଗକୁ ନେବା ଏବଂ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେବା ସରକାରଙ୍କ ଦାୟିତ୍ୱ। ଯୁବପିଢ଼ି ଚାହିଁଲେ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅଧିକାଂଶ କଲେଜରେ ଏବିଭିପି ସମର୍ଥିତ ସଂଗଠନ ବିଜୟୀ ହୋଇଛି। ଏହାକୁ ଆଧାର କରି ଯୁବପିଢ଼ି ବିଜେପି ସହିତ ରହିଥିବା ଦାବି କରିଛନ୍ତି।
ଓଡ଼ିଶାରେ ପ୍ରାୟ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଅକ୍ଟୋବର ୧୫ରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଭୋଟ୍ ହୋଇଥିବା ବେଳେ ନିର୍ବାଚନ ପରେ ଏବେ ବିଜେପି, ବିଜେଡି ଓ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ରାଜନୈତିକ ଦାବି-ପ୍ରତିଦାବି ଜୋର ଧରିଛି।
ଜିମ୍ବାୱେ ବିପକ୍ଷରେ ଶାଫାଲିଙ୍କ ଝଡ଼ ରାୟପୁରରେ ରବିବାର...
ପ୍ରଥମ ଦିନରେ ଭାରତର ପଦକ ଖାତା ଖୋଲିଲା ଆଇଚି-ନାଗୋୟାରେ...
ମୁଖ୍ୟମନ୍ତ୍ରୀ ଦୌଡ଼ରେ ଯୋଗୀ ଆଗରେ ସର୍ଭେ ଅନୁସାରେ ଯୋଗ...
କ’ଣ ହେଉଛି ମାମଲା? ଅଭିନେତା ଇମ୍ରାନ ଖାନ ମୁମ୍ବ...
୨୦୨୩ର ଆଇନକୁ ସମର୍ଥନ ନେଇ ଜଗନଙ୍କ ଅନୁତାପ ଜଗନ ରେଡ୍ଡୀ...
₹୩.୫୬ ଲକ୍ଷ କୋଟିର MoU, ₹୧ ଲକ୍ଷ କୋଟି ନିବେଶର ଦାବି...
ଭାରତର ଦମଦାର ୧-୨ ଫିନିଶ୍ ଜାପାନର ଆଇଚି-ନାଗୋୟାରେ ଚାଲ...
ଅଲିମ୍ପିକ୍ ଓ ଭାରତୀୟ ତୀରନ୍ଦାଜୀର ମଧ୍ୟରେ ଥିବା ଅନ୍ତର...