କଟକ: ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଆସିଛି ଦୁଃଖଦ ଖବର। କନକ ନ୍ୟୁଜ୍ର ବରିଷ୍ଠ ସାମ୍ବାଦିକ ତଥା ନୂଆଦିଲ୍ଲୀ ସମ୍ବାଦଦାତା ବିଭୂତି ପତିଙ୍କ ପରଲୋକ ଘଟିଛି। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।
ସୋମବାର ସକାଳେ ଭୁବନେଶ୍ୱରରେ ଥିବା ସମୟରେ ବିଭୂତି ପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ଏକ ଘରୋଇ ଗାଡ଼ିରେ କଟକ ନିଆଯାଇଥିଲା। ଏହାପରେ ତାଙ୍କୁ ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ, ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।
ବିଭୂତି ପତି ଦୀର୍ଘ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିଲେ। ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ସମେତ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ। ଜାତୀୟ ଗଣମାଧ୍ୟମ ସହ ମଧ୍ୟ ସେ ଜଡ଼ିତ ଥିଲେ।
ସ୍ୱାଧୀନ ଅନୁସନ୍ଧାନମୂଳକ ଓ ପରିବେଶ ସାମ୍ବାଦିକ ଭାବେ ବିଭୂତି ପତିଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ପରିବେଶ, ଜାତୀୟ ସୁରକ୍ଷା ଓ ଆଞ୍ଚଳିକ ରାଜନୀତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କର ତୃଣମୂଳସ୍ତରୀୟ ରିପୋର୍ଟିଂ ପାଇଁ ସେ ପରିଚିତ ଥିଲେ।
ତାଙ୍କ ପରଲୋକରେ ଓଡ଼ିଶାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସହକର୍ମୀ, ସାମ୍ବାଦିକ ଓ ବିଭିନ୍ନ ମହଲର ବ୍ୟକ୍ତିମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
Green Card ଅପେକ୍ଷାରେ ଥିବା ବିଦେଶୀଙ୍କୁ Work Permit ଝ...
ଅଲିମ୍ପିକ୍ ଓ ଭାରତୀୟ ତୀରନ୍ଦାଜୀର ମଧ୍ୟରେ ଥିବା ଅନ୍ତର...
ଭାରତର ଦମଦାର ୧-୨ ଫିନିଶ୍ ଜାପାନର ଆଇଚି-ନାଗୋୟାରେ ଚାଲ...
ୟୁକ୍ରେନ୍ର ଷ୍ଟାର୍ ଟେନିସ୍ ଖେଳାଳି ଏଲିନା ସ୍ଭିଟୋଲିନା ଓ...
ପ୍ରଥମ ଦିନରେ ଭାରତର ପଦକ ଖାତା ଖୋଲିଲା ଆଇଚି-ନାଗୋୟାରେ...
‘Roadies Rebirth’ ପୁଣି ଫେରିଛି, ଏଥର ଏକ...
OTT ଦୁନିଆରେ ମାଲୟାଲମ୍‌ର ନୂଆ ୱେବ୍ ସିରିଜ୍ &lsquo...
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ପକ୍ଷରୁ ରୁଷିଆ...