ବିଜେଡିର ପୂର୍ବତନ ନେତା ତଥା ବର୍ତ୍ତମାନ ବିଜେପିରେ ସାମିଲ ହୋଇଥିବା ପ୍ରଭାତ ବିଶ୍ୱାଳ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି।
ନବୀନ ପଟ୍ଟନାୟକଙ୍କ ଦ୍ୱାରା ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କୁହାଯିବା ପରେ ପ୍ରଭାତ ବିଶ୍ୱାଳ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ମହାଭାରତର ଉଦାହରଣ ଦେଇ ବିଜେଡି ନେତୃତ୍ୱକୁ ପରୋକ୍ଷ ଭାବେ ଧୃତରାଷ୍ଟ୍ରଙ୍କ ସହ ତୁଳନା କରିଛନ୍ତି।
ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ, ଯେପରି ମହାଭାରତରେ ଧୃତରାଷ୍ଟ୍ର ଭଗବାନ କୃଷ୍ଣଙ୍କ ପରାମର୍ଶ ଶୁଣିନଥିଲେ ଏବଂ କୁରୁ ବଂଶର ବିନାଶ ହୋଇଥିଲା, ସେହିପରି ବିଜେଡି ମଧ୍ୟ ଯଦି ଠିକ୍ ପରାମର୍ଶ ଗ୍ରହଣ ନକରେ ତେବେ ଦଳର ପରିଣତି ସେହିଭଳି ହୋଇପାରେ।
ସେ ନିଜକୁ ବିଶ୍ୱାସଘାତକ ନୁହେଁ ବୋଲି କହିବା ସହ ସତ୍ୟ, ସଚ୍ଚୋଟତା ଓ ନୀତିର ପଥରେ ଚାଲିବେ ବୋଲି କହିଛନ୍ତି। ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ଷଡ଼ଯନ୍ତ୍ର କରି ଜେଲ୍ ପଠାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ଏହାର ପୂର୍ବରୁ ଚୌଦ୍ୱାରରୁ ଆସିଥିବା ବିଜେଡି କର୍ମୀଙ୍କୁ ନବୀନ ନିବାସରେ ସମ୍ବୋଧନ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ଚିଟ୍ଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳ ଜେଲ୍ ଯିବା ସତ୍ତ୍ୱେ ଦଳ ତାଙ୍କ ସହ ରହିଥିଲା ଏବଂ ତାଙ୍କ ପୁଅଙ୍କୁ ନିର୍ବାଚନ ଟିକେଟ୍ ମଧ୍ୟ ଦେଇଥିଲା। କିନ୍ତୁ ପରେ ସେମାନେ ଦଳର ବିଶ୍ୱାସ ଭାଙ୍ଗିଥିବା ନବୀନ ଅଭିଯୋଗ କରିଥିଲେ।
ଏହି ବୟାନ ପରେ ଓଡ଼ିଶା ରାଜନୀତିରେ ପ୍ରଭାତ ବିଶ୍ୱାଳ ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ବାକ୍ଯୁଦ୍ଧ ଚର୍ଚ୍ଚାର ବିଷୟ ପାଲଟିଛି।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...