ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଶୁକ୍ରବାର ଦେଶର ୭୫ଟି ନବୀକୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। କେନ୍ଦ୍ର ସରକାରଙ୍କଅମୃତ ଭାରତ ଷ୍ଟେସନ ଯୋଜନାଅଧୀନରେ ଏହି ଷ୍ଟେସନଗୁଡ଼ିକର ପୁନଃବିକାଶ କରାଯାଇଛି।
ଏହି ତାଲିକାରେ ଓଡ଼ିଶାରବଲାଙ୍ଗିର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ରେଳ ଷ୍ଟେସନ ସାମିଲ ରହିଛି। ଏହି ସାତଟି ଷ୍ଟେସନର ଉନ୍ନତି ପାଇଁ ପ୍ରାୟ୧୦୯ କୋଟି ଟଙ୍କାବ୍ୟୟ କରାଯାଇଛି।
ଏହି ପୁନଃବିକାଶ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତ ଆବଶ୍ୟକତା ଅନୁଯାୟୀ ପରିବହନ କେନ୍ଦ୍ରରେ ପରିଣତ କରିବା ସହ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା।
ଷ୍ଟେସନଗୁଡ଼ିକରେ ଆଧୁନିକ ଷ୍ଟେସନ ଭବନ, ପ୍ରଶସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ, ଲିଫ୍ଟ, ୧୨ ମିଟର ଚଉଡ଼ା ଫୁଟ୍ ଓଭରବ୍ରିଜ୍, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ ବ୍ୟବସ୍ଥା ନିର୍ମାଣ କରାଯାଇଛି।
ଏହା ସହ ପ୍ଲାଟଫର୍ମରେ ଉନ୍ନତ ଛାଉଣି, ପ୍ରଶସ୍ତ ପ୍ରତୀକ୍ଷାଳୟ, ସ୍ୱଚ୍ଛ ଶୌଚାଳୟ, ଡିଜିଟାଲ ଯାତ୍ରୀ ସୂଚନା ବ୍ୟବସ୍ଥା ଓ ଉନ୍ନତ ପାର୍କିଂ ସୁବିଧା ଯୋଗାଇ ଦିଆଯାଇଛି, ଯାହା ଯାତ୍ରୀଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିବ।
ଏହି ପ୍ରକଳ୍ପର ଅନ୍ୟତମ ବିଶେଷତା ହେଉଛି ଷ୍ଟେସନର ସ୍ଥାପତ୍ୟରେ ଓଡ଼ିଶାର ହସ୍ତତନ୍ତ, ପାରମ୍ପରିକ କଳା, ଆଦିବାସୀ କଳାକୃତି ଓ ସ୍ଥାନୀୟ ସଂସ୍କୃତିର ପ୍ରତିଫଳନ। ଏହା ଦ୍ୱାରା ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଝଲକ ଦେଖିପାରିବେ।
ରେଳ ବିଭାଗର ଅଧିକାରୀମାନଙ୍କ ମତାନୁସାରେ, ଏହି ନବୀକୃତ ଷ୍ଟେସନଗୁଡ଼ିକ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ସହ ପର୍ଯ୍ୟଟନ, ସ୍ଥାନୀୟ ରୋଜଗାର ଓ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଗତି ଦେବ। ସେହିପରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଆଧୁନିକ ରେଳ ସେବା ପ୍ରଦାନ କରିବାରେ ଏହା ସହାୟକ ହେବ।
ବକ୍ସ ଅଫିସ୍ରେ ଏବେ **‘Hanuman Ansh’**ର ଦ...
ଫିଲ୍ମମେକରବିବେକ ଅଗ୍ନିହୋତ୍ରୀ‘Hanuman Ansh&rsqu...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...
‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...