Hollywoodର ଦୁଇ ବଡ଼ ମିଡିଆ କମ୍ପାନୀParamount Skydance ଏବଂ Warner Bros Discoveryର ପ୍ରସ୍ତାବିତ ମର୍ଜରକୁ ନେଇ ଚାଲିଥିବା ଆଇନଗତ ବିବାଦରେ ନୂଆ ମୋଡ଼ ଆସିଛି। Paramount Skydance କାଲିଫର୍ଣ୍ଣିଆ ସମେତ ୧୨ଟି ଆମେରିକୀୟ ରାଜ୍ୟ ଏବଂWriters Guild of America (WGA)ସହ ମାମଲାର ସମାଧାନ କରିଛି। ଏହା ପରେ Warner Bros Discoveryକୁ ଅଧିଗ୍ରହଣ କରିବା ପାଇଁ ପ୍ରସ୍ତାବିତ ପ୍ରାୟ$110 ବିଲିୟନ୍ର ଡିଲ୍ଆଗକୁ ବଢ଼ିବାର ଏକ ବଡ଼ ବାଧା ଦୂର ହୋଇଛି।
ଏହି ମର୍ଜର ଫିଲ୍ମ, ଟେଲିଭିଜନ୍, ଷ୍ଟ୍ରିମିଂ ଏବଂ ନ୍ୟୁଜ୍ ବ୍ୟବସାୟରେ ବଡ଼ ପରିବର୍ତ୍ତନ ଆଣିପାରେ। ଡିଲ୍ରେ Warner Bros, HBO Max ସହିତ CBS ଓ CNN ଭଳି ପ୍ରମୁଖ ମିଡିଆ ବ୍ରାଣ୍ଡ ଏକ ମିଳିତ କମ୍ପାନୀ ଅଧୀନକୁ ଆସିପାରନ୍ତି।
ରାଜ୍ୟଗୁଡ଼ିକ ସହ ହୋଇଥିବା ସମାଧାନ ଅନୁସାରେ Paramountକୁ ଆମେରିକାରେ ଘରୋଇ ଫିଲ୍ମ ନିର୍ମାଣ ବଢ଼ାଇବାକୁ ପଡ଼ିବ। କମ୍ପାନୀ ପ୍ରତିବର୍ଷ ଅତିରିକ୍ତ$300 ମିଲିୟନ୍ଘରୋଇ ଫିଲ୍ମ ଉତ୍ପାଦନରେ ଖର୍ଚ୍ଚ କରିବାକୁ ରାଜି ହୋଇଛି। ପାଞ୍ଚ ବର୍ଷରେ ଏହା ମୋଟ ଅତିରିକ୍ତ$1.5 ବିଲିୟନ୍ହେବ।
ପ୍ରଥମ ଦୁଇ ବର୍ଷରେ ପ୍ରତିବର୍ଷ ଅତି କମରେ୩୦ଟି ଫିଲ୍ମଏବଂ ପରବର୍ତ୍ତୀ ତିନି ବର୍ଷରେ ପ୍ରତିବର୍ଷ୩୨ଟି ଫିଲ୍ମଥିଏଟରରେ ରିଲିଜ୍ କରିବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ଅତି କମରେ ୪ଟି Independent Film ରହିବା ସହ ଫିଲ୍ମ ସ୍ଲେଟ୍ର ୨୦% Blockbuster କିମ୍ବା Tentpole Film ହେବାକୁ ପଡ଼ିବ।
Blockbuster ସମ୍ପର୍କିତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ନହେଲେ ପ୍ରତି ଫିଲ୍ମ ପାଇଁ$30 ମିଲିୟନ୍ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏହି ଅର୍ଥର ଏକ ବଡ଼ ଅଂଶ ଶିଳ୍ପ କର୍ମଚାରୀଙ୍କ ସହାୟତା ପାଇଁ ବ୍ୟବହାର ହେବ।
ସମାଧାନର ଆଉ ଏକ ପ୍ରମୁଖ ଅଂଶ ହେଉଛିCNN ଏବଂ CBSର Editorial Independence। ଏଥିପାଇଁ ଏକ ସ୍ୱାଧୀନ News Editorial
Independence Board ଗଠନ କରାଯିବ। ଏହା ନ୍ୟୁଜ୍ ଅପରେସନ୍ର ସମ୍ପାଦକୀୟ ସ୍ୱାଧୀନତା ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବ।
ଏହା ସହ Paramountକୁ ତିନି ବର୍ଷ ପର୍ଯ୍ୟନ୍ତ ମୁଭି ଥିଏଟର ଅପରେଟରମାନଙ୍କ ଉପରେ ଚାର୍ଜ ବଢ଼ାଇବାରୁ ବିରତ ରହିବାକୁ ହେବ।
କାଲିଫର୍ଣ୍ଣିଆ ନେତୃତ୍ୱରେ ୧୨ଟି ରାଜ୍ୟର Attorney Generalମାନେ Paramountର Warner Bros Discovery ଅଧିଗ୍ରହଣକୁ ରୋକିବା ପାଇଁ ମାମଲା କରିଥିଲେ। ଏହି ମର୍ଜର ଫଳରେ Hollywoodରେ ପ୍ରତିଯୋଗିତା କମିପାରେ ଏବଂ ମିଡିଆ ବ୍ୟବସାୟରେ ଏକ ବଡ଼ କମ୍ପାନୀର ପ୍ରଭାବ ବଢ଼ିପାରେ ବୋଲି ରାଜ୍ୟଗୁଡ଼ିକ ଯୁକ୍ତି ଦେଇଥିଲେ। WGA ମଧ୍ୟ ଲେଖକମାନଙ୍କ ଦରମା ଓ କାର୍ଯ୍ୟ ପରିସ୍ଥିତି ଉପରେ ପ୍ରଭାବକୁ ନେଇ ମାମଲା କରିଥିଲା।
Paramount ଓ Warner Bros Discovery ପୂର୍ବରୁ କହିଥିଲେ ଯେ ମର୍ଜର ମାଧ୍ୟମରେ ପ୍ରାୟ$6 ବିଲିୟନ୍ ସଞ୍ଚୟକରାଯାଇପାରେ। ତେବେ ଏହାର କିଛି ଅଂଶ Cost Cutting ଯୋଗୁଁ Hollywood ଏବଂ CNN-CBS Newsroomରେ ଚାକିରି ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ରହିଛି। ମିଳିତ କମ୍ପାନୀର ଋଣ ପ୍ରାୟ$80 ବିଲିୟନ୍ହେବ ବୋଲି Reuters ରିପୋର୍ଟ କରିଛି।
ଏହି ସମାଧାନ Paramountକୁ ସେପ୍ଟେମ୍ବର ୩୦ ପରେ ଡିଲ୍ ବିଳମ୍ବ ହେଲେ Warner Bros ଶେୟରହୋଲ୍ଡରଙ୍କୁ ପ୍ରତିଦିନ ଦେବାକୁ ଥିବା ପ୍ରାୟ$7 ମିଲିୟନ୍ ‘ticking fee’ଏଡ଼ାଇବାରେ ମଧ୍ୟ ସହାୟତା କରିଛି।
ତେବେ ଏହି ସମାଧାନ ପରେ ମର୍ଜର ପାଇଁ ଏକ ବଡ଼ ଆଇନଗତ ବାଧା ଦୂର ହୋଇଥିଲେ ମଧ୍ୟଚୂଡ଼ାନ୍ତ ଭାବେ ଡିଲ୍ ବନ୍ଦ ହୋଇଯାଇଛି ବୋଲି ଅର୍ଥ ନୁହେଁ। ସମାଧାନ ଓ ମର୍ଜର ପ୍ରକ୍ରିୟା ସମ୍ପର୍କିତ ଆବଶ୍ୟକ ଆଇନଗତ ଅନୁମୋଦନ ଏବେ ମଧ୍ୟ ପ୍ରସଙ୍ଗିକ।
ଭୁବନେଶ୍ୱର: ବଙ୍ଗୋପସାଗରରେ ଗଠିତ ଅବପାତ ଏବେ ଓଡ଼ିଶା ପାଇଁ...
ଓଡ଼ିଶାରେ ଆସନ୍ତା କିଛି ଦିନରେ ପ୍ରବଳ ବର୍ଷାକୁ ନେଇ ପ୍ରଶା...
ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକ...
ଦେଶର ହାଇସ୍ପିଡ୍ ଆକ୍ସେସ୍-କଣ୍ଟ୍ରୋଲ୍ ଜାତୀୟ ରାଜପଥଗୁଡ଼ିକ...
୧୯୮୦ର ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ସାମିଲ ହୋଇଥ...
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିକ୍ସଡ୍ ଡିପୋଜିଟ୍‌...
ଓଡ଼ିଶାରେ ଆଗାମୀ କିଛି ଦିନରେ ବର୍ଷାର ପ୍ରକୋପ ଆହୁରି ବଢ଼ି...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓ...