Car falls into water drain near Gad Bazar in Paradip, couple dies

ପାରାଦୀପରେ ଦୁର୍ଘଟଣା: ପାଣିଖାଲକୁ ଖସିଲା କାର୍, ଦମ୍ପତି ମୃତ

ପାରାଦୀପ ଗଡ଼ ବଜାର ନିକଟରେ ଡିଭାଇଡରରେ ପିଟି ଏକ କାର୍ ପାଣିଖାଲକୁ ଖସିପଡ଼ିବାରୁ କାର୍‌ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ବିଭୂତି ଭୂଷଣ ଦାସ ଓ ତାଙ୍କ ପତ୍ନୀ ପ୍ରତିମା ଦାସ। ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପାରାଦୀପରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ପାରାଦୀପ ଗଡ଼ ବଜାର ନିକଟରେ ଏକ କାର୍ ଡିଭାଇଡରରେ ପିଟି ହୋଇ ପାଣିଖାଲକୁ ଖସିପଡ଼ିଥିବା ସୂଚନା ମିଳିଛି।

ଦୁର୍ଘଟଣା ସମୟରେ କାର୍ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେବିଭୂତି ଭୂଷଣ ଦାସ ଓ ତାଙ୍କ ପତ୍ନୀ ପ୍ରତିମା ଦାସ

ସୂଚନା ଅନୁସାରେ, ବିଭୂତି ଭୂଷଣ ଦାସ ପାରାଦୀପ ବନ୍ଦରର ମେରାଇନ ବିଭାଗରେ ଚାକିରି କରୁଥିଲେ। ଡିଭାଇଡରରେ କାର୍ଟି ପିଟି ହେବା ପରେ ନିୟନ୍ତ୍ରଣ ହରାଇ ପାଣିଖାଲକୁ ଖସିପଡ଼ିଥିବା ପ୍ରାଥମିକ ସୂଚନା ରହିଛି।

ଘଟଣା ସମ୍ପର୍କରେ ଖବର ପାଇ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ସମ୍ପର୍କରେ ତଦନ୍ତ ପରେ ଅଧିକ ସ୍ପଷ୍ଟ ସୂଚନା ମିଳିବ।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+