ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବୃଦ୍ଧି ପାଉଥିବା ଜନଆନ୍ଦୋଳନ ଏବଂ ହିଂସାତ୍ମକ ପରିସ୍ଥିତି ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେ କହିଛନ୍ତି ଯେ, ଇସଲାମାବାଦ ସରକାର ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନେ ପାକିସ୍ତାନ ପାଇଁ ଭାରତ ଭଳି ଶତ୍ରୁ ଏବଂ ସେମାନଙ୍କ ସହ ଆଲୋଚନାର କୌଣସି ପ୍ରଶ୍ନ ଉଠୁନାହିଁ।
ମଙ୍ଗଳବାର ପ୍ରତିବନ୍ଧିତଜଏଣ୍ଟ ଆୱାମୀ ଆକ୍ସନ୍ କମିଟିର ନେତୃତ୍ୱରେ ହଜାର ହଜାର ଲୋକ ରାୱଲକୋଟରୁ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା କରୁଥିବା ବେଳେ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଉପଲବ୍ଧ ସୂଚନା ଅନୁସାରେ, ଏହି ଘଟଣାରେ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏହି ଆନ୍ଦୋଳନର ମୁଖ୍ୟ ଦାବି ଥିଲା କାଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନକୁ ରଦ୍ଦ କରିବା। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବ୍ୟବସ୍ଥା ମାଧ୍ୟମରେ ପାକିସ୍ତାନ ସରକାର ସ୍ଥାନୀୟ ରାଜନୀତିରେ ହସ୍ତକ୍ଷେପ କରୁଛି।
ଖବର ଅନୁଯାୟୀ, ଜୁନ୍ ୫ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଉଛି।
ଅନ୍ୟପଟେ, ପିଓକେରେ ଚାଲିଥିବା ବିଧାନସଭା ନିର୍ବାଚନକୁ ଭାରତ ଏକଲୋକଦେଖାଣିଆ ପ୍ରକ୍ରିୟାବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି ଯେ, ପାକିସ୍ତାନ ନିଜର ଅବୈଧ କବଜା ଏବଂ ମାନବାଧିକାର ଉଲ୍ଲଂଘନକୁ ଲୁଚାଇବା ପାଇଁ ଏପରି ପଦକ୍ଷେପ ନେଉଛି।
ଭାରତ ପୁନର୍ବାର ସ୍ପଷ୍ଟ କରିଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖର ସମଗ୍ର ଅଞ୍ଚଳ ଭାରତର ଅଭିନ୍ନ ଅଂଶ। ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ପିଓକେରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି, ବିଦ୍ୟୁତ ସଙ୍କଟ, ଗହମ ଅଟାର ଅଭାବ ଏବଂ ପ୍ରଶାସନିକ ଶୋଷଣ ଯୋଗୁଁ ସେଠାରେ ଜନଅସନ୍ତୋଷ ବଢ଼ିଚାଲିଛି।
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
‘India’s biggest rebel soldier’...
ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧାରେ ପହଞ୍ଚିଛନ୍ତି ପ୍ରଧାନମନ୍...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ପୁଣିଥରେ ଚର୍ଚ୍ଚାର କ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡ଼ିଶା ଗସ୍ତରେ ଆ...
ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକ...