ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁଧବାର ରାତି ପ୍ରାୟ ୧୧ଟାରୁ ଆରମ୍ଭ ହୋଇଥିବା ବର୍ଷା ମଧ୍ୟରାତ୍ରି ପରେ ଆହୁରି ଜୋର ଧରିଥିଲା। ଗୁରୁବାର ସକାଳ ପର୍ଯ୍ୟନ୍ତ ବର୍ଷା ଜାରି ରହିବାରୁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛିସହିଦନଗରର ଶାନ୍ତିପଲ୍ଲୀ ବସ୍ତି। ଏଠାରେ ଆଣ୍ଠୁଏ ଉଚ୍ଚର ପାଣି ଘର ଭିତରକୁ ପଶିଯାଇଥିବାରୁ ଲୋକମାନେ ଭାରି ଅସୁବିଧାରେ ପଡ଼ିଛନ୍ତି। ଘରର ଆସବାବପତ୍ର, ଘରୋଇ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ପାଣିରେ ବୁଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି।
ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ରାସ୍ତାରେ ପାଣି ଜମି ରହିଥିବାରୁ ଯାନଚଳାଚଳ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ଲୋକମାନଙ୍କ ଯାତାୟାତ ବ୍ୟାହତ ହୋଇଥିବାବେଳେ ଅନେକ ସ୍ଥାନରେ ଗାଡ଼ି ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଘର ଭିତରେ ପାଣି ପଶିଯିବାରୁ ଅନେକ ପରିବାର ରୋଷେଇ କରିପାରି ନାହାନ୍ତି। କେତେକ ପରିବାର ଖାଦ୍ୟ ନ ମିଳିବାରୁ ଅସୁବିଧାରେ ରହିଛନ୍ତି। ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ଆର୍ଥିକ କ୍ଷତି ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।
ଲୋକମାନେ ଜଳନିଷ୍କାସନ ବ୍ୟବସ୍ଥାର ତୁରନ୍ତ ସୁଧାର ଏବଂ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ସଂସଦରେPublic Examinations (Amendment) Bill, 2026ପା...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ବୀମା ନଥିବା ଯାନବାହନ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସୁପ...
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନ ମାଧ୍ୟମରେ ଜା...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବୁଧବାର ଘୋଷଣା କରିଛି ଯେ,...
ଆମେରିକାର କାଲିଫର୍ଣ୍ଣିଆରଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ କ୍ଲବ୍ପ...