ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଚନ୍ଦ୍ରାଦେଇପୁର, ରୂପୁଦେଇପୁର ଏବଂ ମୌଜବେଗ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳୁ ଅଭିଭାବକମାନେ ନିଜ ଶିଶୁମାନଙ୍କୁ ନେଇ ପହଞ୍ଚିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଟୀକାକରଣ ଆରମ୍ଭ ହୋଇନଥିବାରୁ ୩୦ରୁ ଅଧିକ ଶିଶୁ ଟୀକା ନପାଇ ଫେରିଯାଇଥିଲେ।
ଅଭିଭାବକଙ୍କ କହିବା ଅନୁଯାୟୀ, ସେମାନେ ସକାଳ ୭ଟାରୁ ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ଥିଲେ। ପ୍ରାୟ ସକାଳ ୯ଟା ୧୫ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସ୍ୱାସ୍ଥ୍ୟ କର୍ମଚାରୀ ଟୀକା ଦେବା ପାଇଁ ପହଞ୍ଚିନଥିଲେ। ଫଳରେ ନିରାଶ ହୋଇ ଶିଶୁମାନଙ୍କୁ ନେଇ ଘରକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ।
ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନ ଦାବି କରାଯାଇଛି। ବିଭାଗର କହିବା ଅନୁଯାୟୀ, ସକାଳ ୮ଟାରୁ ହିଁ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ତେବେ ଅଭିଭାବକଙ୍କ ଅଭିଯୋଗ ଓ ସ୍ୱାସ୍ଥ୍ୟ ବିଭାଗର ସଫେଇ ମଧ୍ୟରେ ଥିବା ଭିନ୍ନତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସରକାରଙ୍କ ପୋଲିଓ ନିରାକରଣ ଅଭିଯାନ ଚାଲିଥିବା ସମୟରେ ଏଭଳି ଅବ୍ୟବସ୍ଥା କେତେଦୂର ଗ୍ରହଣୀୟ ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଅଭିଭାବକମାନେ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ସହ ଆଗାମୀ ଦିନରେ ଯେପରି କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...