ଓଡ଼ିଶାର IMFL ON (ଇଣ୍ଡିଆନ୍-ମେଡ୍ ଫରେନ୍ ଲିକର) ମଦ ଦୋକାନ ଲାଇସେନ୍ସଧାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ IMFL ON ଦୋକାନ ପାଇଁ ଅଗ୍ନିଶମ ବିଭାଗରନୋ ଅବଜେକ୍ସନ ସର୍ଟିଫିକେଟ୍ (Fire NOC)ବାଧ୍ୟତାମୂଳକ କରିଥିବା ଆବକାରୀ ବିଭାଗର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।
ମୁଖ୍ୟ ବିଚାରପତିହରିଶ ଟଣ୍ଡନଓ ବିଚାରପତିଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।
ଏହି ମାମଲା କଟକର IMFL ON ଲାଇସେନ୍ସଧାରୀଏସ୍. ସନମାଖ ରାଓଙ୍କ ଆବେଦନ ଆଧାରରେ ଶୁଣାଣି ହୋଇଥିଲା। ସେ ୧୨ ଡିସେମ୍ବର ୨୦୨୫ରେ ଆବକାରୀ କମିଶନରଙ୍କ ଜାରି କରାଯାଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ।
ଆଦାଲତ କହିଛନ୍ତି ଯେ,ଓଡ଼ିଶା ଅଗ୍ନି ନିରାପତ୍ତା (ସଂଶୋଧନ) ନିୟମ, ୨୦୧୯ଅନୁଯାୟୀ ୫୦୦ ବର୍ଗମିଟରରୁ କମ୍ କ୍ଷେତ୍ରଫଳ ଓ ୧୨ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ଭବନ ପାଇଁ Fire NOC ବାଧ୍ୟତାମୂଳକ ନୁହେଁ।
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, Rule-11 କେବଳ Rule-9ରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ବର୍ଗର ଭବନ ପାଇଁ ପ୍ରଯୋଜ୍ୟ। ତେଣୁ ସମସ୍ତ ମଦ ଦୋକାନ ପାଇଁ ଏକାଭଳି Fire NOC ବାଧ୍ୟତାମୂଳକ କରିବା ଆଇନ ସମ୍ମତ ନୁହେଁ।
ଶୁଣାଣି ସମୟରେ ଆବେଦନକାରୀ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ,ଆବକାରୀ ଆଇନ କିମ୍ବା ଏହାର ନିୟମାବଳୀରେ Fire NOC ଦାଖଲ କରିବାକୁ ବାଧ୍ୟତାମୂଳକ କରିବାର କୌଣସି ବ୍ୟବସ୍ଥା ନାହିଁ।
ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ପ୍ରଶାସନିକ ବିଭାଗ ଆଇନର ସୀମା ବାହାରେ ନୂଆ ସର୍ତ୍ତ ଲାଗୁ କରିପାରିବ ନାହିଁ। ଫଳରେ ଆବକାରୀ ବିଭାଗର ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି।
ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନ...
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍...
ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଓ ଅନ୍ୟ ନିର୍ବାଚନ ଆୟୁକ୍ତ...
ମହାରାଷ୍ଟ୍ରରଭିୱାଣ୍ଡିରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଦେଶରେ ମୌସୁମୀର ପ୍ରଭାବ ଆହୁରି ତୀବ୍ର ହେବାର ଆଶଙ୍କା। ଅଗଷ...
ଉତ୍ତରପ୍ରଦେଶରେ ଅଗଷ୍ଟ ୧ରୁ ଯାନବାହନ ପଞ୍ଜୀକରଣ ପ୍ରମାଣପତ୍...
୨୦୨୭ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆୟୋଜିତ ହେବାକ...