ଆନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଥିବା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ ଆମେରିକା, କାନାଡା ଏବଂ ୟୁରୋପରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏଫବିଆଇ ନେତୃତ୍ୱରେ ଚାଲିଥିବା‘ଅପରେସନ୍ ହାର୍ଡବଲ୍’ଅନ୍ତର୍ଗତ ୫୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
ଆମେରିକୀୟ ଏଜେନ୍ସିଗୁଡ଼ିକ ଏହି ଅଭିଯୁକ୍ତମାନଙ୍କୁ ଭାରତ-ଭିତ୍ତିକ ସଂଗଠିତ ଅପରାଧ ଚକ୍ର ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରିଛନ୍ତି। ସେମାନଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ, ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ଏବଂ ହିଂସାତ୍ମକ ଅପରାଧ ଭଳି ସଙ୍ଗୀନ ଅଭିଯୋଗ ରହିଛି।
ଏହି ମାମଲାରେ ୨୦୨୩ ମସିହାରେ କାନାଡାର ବ୍ରିଟିଶ୍ କଲମ୍ବିଆରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଷଡ଼ଯନ୍ତ୍ରକୁ ମଧ୍ୟ ସାମିଲ କରାଯାଇଛି। ଆମେରିକାର ନ୍ୟାୟ ବିଭାଗ ଅନୁସାରେ, ଏହି ଷଡ଼ଯନ୍ତ୍ରରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଓ ଗୋଲ୍ଡି ବ୍ରାରଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି।
ଫେଡେରାଲ୍ ତଦନ୍ତ ସଂସ୍ଥାମାନଙ୍କ ସୂଚନା ଅନୁସାରେ, ତିନୋଟି ପୃଥକ୍ ଫେଡେରାଲ୍ ଅଭିଯୋଗପତ୍ରରେ ମୋଟ ୩୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେଥିରେ ହିଂସାତ୍ମକ ଅପରାଧ, ଦାଦାବଟି ଷଡ଼ଯନ୍ତ୍ର ଓ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରାଚାଲାଣ ଭଳି ଅଭିଯୋଗ ସାମିଲ ରହିଛି।
ଆଇନଜୀବୀ ବିଲ୍ ଏସ୍ପଲିଙ୍କ କହିବା ଅନୁଯାୟୀ, ‘ଅପରେସନ୍ ହାର୍ଡବଲ୍’ ମାଧ୍ୟମରେ ତିନୋଟି ବଡ଼ ଆନ୍ତର୍ଜାତୀୟ ଅପରାଧୀ ସିଣ୍ଡିକେଟ୍କୁ ଟାର୍ଗେଟ କରାଯାଇଥିଲା। ତଦନ୍ତରେ ବିଷ୍ନୋଇ ଓ ବ୍ରାର ନିଜ୍ଜରଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ହରଦୀପ ସିଂହ ନିଜ୍ଜରଙ୍କୁ ୧୮ ଜୁନ୍ ୨୦୨୩ରେ କାନାଡାର ବ୍ରିଟିଶ୍ କଲମ୍ବିଆର ସରେ ସହରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ମଧ୍ୟ ତିକ୍ତତା ଦେଖାଦେଇଥିଲା।
ଅଭିଯୋଗପତ୍ରରେ ଆହୁରି କୁହାଯାଇଛି ଯେ, ବିଷ୍ନୋଇ ଗ୍ୟାଙ୍ଗ ନିୟମିତ ଭାବେ ପ୍ରମୁଖ ଧାର୍ମିକ, ସାମାଜିକ ଓ ରାଜନୈତିକ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛି। ଭୟ ସୃଷ୍ଟି କରି ଦାଦାବଟି ଆଦାୟ କରିବା ପାଇଁ ଏହି ଗ୍ୟାଙ୍ଗ ହାଇ-ପ୍ରୋଫାଇଲ୍ ଅପରାଧ ଘଟାଉଥିବା ତଦନ୍ତକାରୀ ସଂସ୍ଥା ଦାବି କରିଛି। କାନାଡାରେ ପ୍ରସିଦ୍ଧ ଗାୟକ ଓ ଅଭିନେତାଙ୍କ ଘର ଉପରେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ମଧ୍ୟ ଏହି ଗ୍ୟାଙ୍ଗ ବିରୋଧରେ ରହିଛି।
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...