ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଓ ଅସ୍ଥିର ପାଣିପାଗ ପରିସ୍ଥିତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର 24 ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଆସନ୍ତା 24 ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଏହା ସହିତ ଉପକୂଳ ଓଡ଼ିଶା ଓ ସମୀପବର୍ତ୍ତୀ ଅଞ୍ଚଳରେ ମଧ୍ୟ ପାଣିପାଗ ଅସ୍ଥିର ରହିବାର ଆଶଙ୍କା କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି 14ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୋଟ 24 ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ବିଶେଷକରି ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଜୁନ୍ 28 ପର୍ଯ୍ୟନ୍ତ ଭାରି ବର୍ଷା ଜାରି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ନିମ୍ନାଞ୍ଚଳରେ ଜଳବନ୍ଦୀ ସ୍ଥିତି ଓ ସଡ଼କ ଯାତାୟାତରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଆମେରିକାର Federal Bureau of Investigation (FBI) ମଞ୍...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...