ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶା ପାଇଁ ଆଗାମୀ ତିନି ଦିନ ଧରି ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ଏବଂ ଦମକା ପବନ ନେଇ ସତର୍କତା ଜାରି କରିଛି। ଗତ କିଛି ଦିନ ଧରି ରାଜ୍ୟରେ ଦିନବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ସମୟରେ ବର୍ଷା ବାଦଲ ସୃଷ୍ଟି ହୋଇ ବର୍ଷା ହେଉଛି। ଏହି ପରିସ୍ଥିତି ଆଗାମୀ କିଛି ଦିନ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାଜ୍ୟର ୧୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବଜ୍ରପାତ, ଘଡ଼ଘଡ଼ି ଏବଂ ଅଚାନକ ଦମକା ପବନ ସହ ବର୍ଷାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଏହା ସହିତ ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଦିନବେଳେ ତୀବ୍ର ଗରମ ଓ ଆର୍ଦ୍ରତା ଜନିତ ଅସ୍ୱସ୍ଥକର ପାଗ ଅନୁଭୂତ ହେବା ନେଇ ଅଲଗା ସତର୍କତା ମଧ୍ୟ ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ସମଗ୍ର ଓଡ଼ିଶାକୁ ୟେଲୋ ଆଲର୍ଟ ଅଧୀନରେ ରଖାଯାଇଛି। ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଦମକା ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଆବଶ୍ୟକ ନ ହେଲେ ବାହାରକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ପଶ୍ଚିମବଙ୍ଗରେ ଡେଙ୍ଗୁ ମୁକାବିଲା ପାଇଁ ସ୍କୁଲ ଛାତ୍ରଛାତ୍ର...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଛୋଟ ସନ୍ତାନଙ୍କ ମୃତ୍ୟୁ...
ମାଢ଼ି ରୋଗ ଏବଂ ଆଲ୍ଜାଇମର୍ସ ରୋଗ ମଧ୍ୟରେ କୌଣସି ସମ୍ପର୍କ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ପ୍ରାୟ ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକ...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...