ଓଡ଼ିଶାରେ ଆରମ୍ଭ ହେଲା ଆଉ ଏକ ରାଇସ୍ ATM। ଢେଙ୍କାନାଳରେ ରାଜ୍ୟର ତୃତୀୟ ୨୪x୭ ରାଇସ୍ ATM ଖୋଲାଯାଇଛି। ଲୋକାଲ ସେଲ୍ଫ-ଗଭର୍ଣ୍ଣମେଣ୍ଟ ଡେ’ ଅବସରରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୁବିଧାର ଉଦ୍ଘାଟନ କରିଛନ୍ତି।
ଏହି ରାଇସ୍ ATM ମାଧ୍ୟମରେ ହିତାଧିକାରୀମାନେ ଦିନରାତି ଯେକୌଣସି ସମୟରେ ମାଗଣାରେ ଚାଉଳ ନେଇପାରିବେ। ଚାଉଳ ପାଇବା ପାଇଁ ହିତାଧିକାରୀଙ୍କୁ ନିଜର କାର୍ଡ ନମ୍ବର ଦେବା ସହ ଫିଙ୍ଗରପ୍ରିଣ୍ଟ ଦେଇ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।
ଢେଙ୍କାନାଳ ପୂର୍ବରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରାଇସ୍ ATM ସ୍ଥାପନ କରାଯାଇଛି। ଏହା ରାଜ୍ୟର ତୃତୀୟ ରାଇସ୍ ATM।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଟଙ୍କା ଦେଉଥିବା ATM ଭଳି ଏହି ATMରୁ ଚାଉଳ ମିଳିବ। ହିତାଧିକାରୀମାନେ ବିନା ମୂଲ୍ୟରେ ଚାଉଳ ନେଇପାରିବେ।
ରାଇସ୍ ATM ସେବାକୁ ଆଗକୁ ଆହୁରି ବ୍ୟାପକ କରିବାକୁ ସରକାର ଯୋଜନା କରୁଛନ୍ତି। ଢେଙ୍କାନାଳ ପରେ କେନ୍ଦୁଝର ଓ ସମ୍ବଲପୁରରେ ମଧ୍ୟ ଏଭଳି ରାଇସ୍ ATM ସ୍ଥାପନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ରାଇସ୍ ATM ସ୍ଥାପନ କରିବା ଲକ୍ଷ୍ୟ ରହିଛି।
ଆବଶ୍ୟକତା ଅନୁଭବ ହେଲେ ପ୍ରତ୍ୟେକ ବ୍ଲକ୍ରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଲୋକଙ୍କର ତୁରନ୍ତ ଚାଉଳ ଆବଶ୍ୟକ, ସେମାନେ ରାଇସ୍ ATMରେ କାର୍ଡ ନମ୍ବର ଦେଇ ଚାଉଳ ନେଇପାରିବେ।
ଢେଙ୍କାନାଳର ଏହି ରାଇସ୍ ATM ୨୪ ଘଣ୍ଟା ଖୋଲା ରହିବ। ହିତାଧିକାରୀମାନେ ଥରକେ ପ୍ରାୟ ୪୦ରୁ ୫୦ କେଜି ପର୍ଯ୍ୟନ୍ତ ଚାଉଳ ନେଇପାରିବେ।
ଏହି ବ୍ୟବସ୍ଥା ଦ୍ୱାରା ନିର୍ଦ୍ଧାରିତ ବଣ୍ଟନ ସମୟ ଉପରେ ହିତାଧିକାରୀଙ୍କ ନିର୍ଭରଶୀଳତା କମିବ। ବିଶେଷକରି ଜରୁରୀ ସମୟରେ ଖାଦ୍ୟଶସ୍ୟ ପାଇବାରେ ଏହା ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...