ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁକ୍ତି ଦାବିରେ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ଚାକିରି ଆଶାୟୀ। ସୋମବାର ଲୋୟର ପିଏମ୍ଜିରେ ଶତାଧିକ ଶିକ୍ଷକ ଆଶାୟୀ ଧାରଣାରେ ବସି ସରକାରଙ୍କ ନିକଟରେ ନିଯୁକ୍ତି ଦାବି ରଖିଛନ୍ତି।
ଅଲ୍ ଓଡ଼ିଶା ଟିଚର୍ସ ଆଶାୟୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବାକୁ ସଂଘ ଦାବି କରିଛି।
ଆନ୍ଦୋଳନକାରୀମାନେ ସରକାରୀ ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟ, ସ୍ପେଶାଲ ଏଜୁକେଟର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖାଲି ଥିବା ପଦବୀରେ ନିଯୁକ୍ତି ଦାବି କରିଛନ୍ତି।
ଉପଲବ୍ଧ ଖାଲି ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରିବା ସହ ନିୟମିତ ଭାବେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ମଧ୍ୟ ଦାବି ହୋଇଛି।
ସଂଘର ଅଭିଯୋଗ ଅନୁସାରେ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଅନେକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।
ନିଯୁକ୍ତି ପ୍ରକ୍ରିୟା ମଧ୍ୟରେ ଦୀର୍ଘ ବ୍ୟବଧାନ ରହୁଥିବାରୁ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ସଂଘ କହିଛି। ଖାଲି ପଦବୀଗୁଡ଼ିକୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ଶିକ୍ଷକ ଆଶାୟୀମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ସରକାର ସେମାନଙ୍କ ଦାବି ଉପରେ ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଲୋୟର ପିଏମ୍ଜିରେ ଆଶାୟୀଙ୍କ ଧାରଣା ଜାରି ରହିଛି।
ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’କୁ ନେଇ କଂଗ୍ରେ...
ଆଇଟି ଷ୍ଟକ୍‌ରେ ବିକ୍ରି ଚାପ ଓ ବଢ଼ୁଥିବା ଅଶୋଧିତ ତୈ...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
ରାଜକୁମାର ସନ୍ତୋଷୀ ଓ ସନି ଦେଓଲଙ୍କ ଯୋଡ଼ି ‘ଘାୟଲ&r...
ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ UPI ଏକ ବଡ଼ ବିପ୍ଳବ...
ୟୁକ୍ରେନର କ୍ରିଭି ରିହ୍‌ରେ ଥିବା ଆର୍ସେଲରମିତ୍ତଲ୍ ଷ...
ଭାରତର ପ୍ରମୁଖ ପରିବାର ଚାଳିତ ବ୍ୟବସାୟଗୁଡ଼ିକ ଏବେ କେବଳ ଦ...
ନୂଆଦିଲ୍ଲୀ: ବିଜେପିର ଜାତୀୟ ସଂଗଠନରେ ବଡ଼ ଧରଣର ପରିବର୍ତ୍...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
ନୂଆଦିଲ୍ଲୀ:ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ଚୀନ୍ ଭାରତୀୟ...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
ତାମିଲନାଡୁ ମୁଖ୍ୟମନ୍ତ୍ରୀସି. ଜୋସେଫ ବିଜୟଓ ତାଙ୍କ ମାଆଙ୍କ...