ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ୍‌ରେ ଚଳଚଞ୍ଚଳ, ଆସନ୍ତାକାଲିଠୁ ନାମାଙ୍କନ

ଦୀର୍ଘ ୮ ବର୍ଷ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଅକ୍ଟୋବର ୯ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବାବେଳେ ଏହାକୁ ନେଇ ବିଭିନ୍ନ କ୍ୟାମ୍ପସ୍‌ରେ ଚଳଚଞ୍ଚଳତା ବଢ଼ିଛି। ଅକ୍ଟୋବର ୧୫ରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ।
odisha-student-union-picture
odisha-student-union-picture

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବ। ନିର୍ବାଚନକୁ ନେଇ ଏବେ ବିଭିନ୍ନ କ୍ୟାମ୍ପସ୍ରେ ରାଜନୈତିକ ଓ ଛାତ୍ରୀୟ ଗତିବିଧି ବଢ଼ିବା ସହ ଆଶାୟୀ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ,ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ସେହି ଦିନ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ ହେବ। ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

ଅକ୍ଟୋବର ୧୦ ତାରିଖ ସକାଳ ୧୦ଟାରୁ ଦିନ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେହିଦିନ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଅକ୍ଟୋବର ୧୪ରେ ‘Why I Stand For’ ବୈଠକ ଅନୁଷ୍ଠିତ ହେବ।

ଅକ୍ଟୋବର ୧୫ ତାରିଖରେ ସକାଳ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତଭୋଟଗ୍ରହଣ ହେବ। ଭୋଟ ଶେଷ ହେବା ପରେ ଅପରାହ୍ଣ ୨ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧୬ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।

ନିର୍ବାଚନ ପ୍ରକ୍ରିୟାରେ ରାଜନୈତିକ ଦଳର ସିଧାସଳଖ ହସ୍ତକ୍ଷେପକୁ ବାରଣ କରାଯାଇଛି। ଏହାସହ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର ସୀମା୫,୦୦୦ ଟଙ୍କାରଖାଯାଇଛି।

ଛାତ୍ର ନିର୍ବାଚନ ୨୦୧୮ ପରଠାରୁ ବନ୍ଦ ରହିଥିଲା। ଏବେ ୨୦୨୬-୨୭ ଶିକ୍ଷାବର୍ଷରେ ପୁଣି ନିର୍ବାଚନ ହେବାକୁ ଥିବାରୁ କ୍ୟାମ୍ପସ୍ରେ ଛାତ୍ର ନେତୃତ୍ୱ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।

ନିର୍ବାଚନର ମୁଖ୍ୟ ତାରିଖ

  • ନାମାଙ୍କନ ଦାଖଲ:ଅକ୍ଟୋବର ୯

  • ନାମାଙ୍କନ ଯାଞ୍ଚ:ଅକ୍ଟୋବର ୯

  • ନାମାଙ୍କନ ପ୍ରତ୍ୟାହାର:ଅକ୍ଟୋବର ୧୦

  • ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା:ଅକ୍ଟୋବର ୧୦

  • ‘Why I Stand For’ ବୈଠକ:ଅକ୍ଟୋବର ୧୪

  • ଭୋଟଗ୍ରହଣ:ଅକ୍ଟୋବର ୧୫

  • ଗଣତି ଓ ଫଳାଫଳ:ଅକ୍ଟୋବର ୧୫

  • ଶପଥ ଗ୍ରହଣ:ଅକ୍ଟୋବର ୧୬

LIVE TV
LIVE
Latest News
୫ରୁ ୧୨ ଅକ୍ଟୋବର ସାପ୍ତାହିକ ରାଶିଫଳ: କାହାର ଖୋଲିବ ଭାଗ୍ୟ, କାହାକୁ ମିଳିବ ନୂଆ ସୁଯୋଗ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୫ରୁ ୧୨ ଅକ୍ଟୋବର ସାପ୍ତାହିକ ରାଶିଫଳ: କାହାର...

ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...

କେମିଷ୍ଟ୍ରିରେ ୨୦୨୬ ନୋବେଲ: ଶତାବ୍ଦୀ ପୁରୁଣା ରହସ୍ୟର ସମାଧାନ କଲେ Henri Kagan ଓ Kenso Soai

କେମିଷ୍ଟ୍ରିରେ ୨୦୨୬ ନୋବେଲ: ଶତାବ୍ଦୀ ପୁରୁଣା ରହସ୍ୟର...

୨୦୨୬ ମସିହାର ନୋବେଲ ପୁରସ୍କାର କେମିଷ୍ଟ୍ରି ଫ୍ରାନ୍ସର ରସା...

University of Torontoର ବଡ଼ ଘୋଷଣା: PhD ଛାତ୍ରଙ୍କୁ ବର୍ଷକୁ ₹୭୭ ଲକ୍ଷ ସ୍କଲାରସିପ୍‌, ୪ ବର୍ଷରେ ମିଳିବ ₹୩ କୋଟିରୁ ଅଧିକ

University of Torontoର ବଡ଼ ଘୋଷଣା: PhD...

University of Torontoର ବଡ଼ ଘୋଷଣା: PhD ଛାତ୍ରଙ୍କୁ ବର...

ଅକ୍ଟୋବର ୭ ହାମାସ ଆକ୍ରମଣର ୩ ବର୍ଷ: ମୃତକଙ୍କୁ ସ୍ମରଣ କଲା ଇସ୍ରାଏଲ, ଭାବବିହ୍ୱଳ ପରିବେଶ

ଅକ୍ଟୋବର ୭ ହାମାସ ଆକ୍ରମଣର ୩ ବର୍ଷ:...

ଇସ୍ରାଏଲ ବୁଧବାର ହାମାସର ଅକ୍ଟୋବର ୭ ଆକ୍ରମଣର ତୃତୀୟ ବାର୍...

୨୦୨୬ କେମିଷ୍ଟ୍ରି ନୋବେଲ: Henri Kagan ଓ Kenso Soaiଙ୍କୁ ସମ୍ମାନ, asymmetric organic synthesisରେ ବଡ଼ ଅବଦାନ

୨୦୨୬ କେମିଷ୍ଟ୍ରି ନୋବେଲ: Henri Kagan ଓ...

ନୋବେଲ କେମିଷ୍ଟ୍ରି ପୁରସ୍କାର ଘୋଷଣା ବୁଧବାର, ଅକ୍ଟୋବର...

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର ବାର୍ଷିକ ଆୟ ଅନୁସାରେ ଧାର୍ଯ୍ୟ ହେବ ଫି’

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର...

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର ବାର୍ଷିକ ଆୟ ଅ...

ଫ୍ଲାଇଦୁବାଇର ଇସ୍ରାଏଲ ଉଡ଼ାଣ ପୁନଃଆରମ୍ଭ ଅନୁରୋଧ ଖାରଜ କଲେ ନେତାନ୍ୟାହୁ ସରକାର

ଫ୍ଲାଇଦୁବାଇର ଇସ୍ରାଏଲ ଉଡ଼ାଣ ପୁନଃଆରମ୍ଭ ଅନୁରୋଧ ଖାରଜ...

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକା...

ଓମାନ ଉପକୂଳ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୧୧ ଭାରତୀୟ ନାବିକ ଆହତ

ଓମାନ ଉପକୂଳ ନିକଟରେ ବାଣିଜ୍ୟିକ ଜାହାଜ ଉପରେ...

ଓମାନ ଉପକୂଳ ନିକଟରେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+