ସୂଚନା ଅଧିକାର ବାଆର୍ଟିଆଇ ଆଇନ-୨୦୦୫ର କାର୍ଯ୍ୟକାରିତାକୁ ନେଇ ୨୦୨୫-୨୬ ବର୍ଷର ବାର୍ଷିକ ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରିପୋର୍ଟ ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗରୁ ବିସ୍ତୃତ ତଥ୍ୟ ମାଗିଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବଶ୍ୟକୀୟ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ ପ୍ରସ୍ତୁତି ପାଇଁ ଆର୍ଟିଆଇ ଆଇନର କାର୍ଯ୍ୟକାରିତା, ମୋଟ ଆବେଦନ ସଂଖ୍ୟା, ନିଷ୍ପତ୍ତି ହୋଇଥିବା ଆବେଦନ, ଅପିଲ୍ ମାମଲା, ଆବେଦନ ପ୍ରତ୍ୟାଖ୍ୟାନ ଓ ଜରିମାନା ଭଳି ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ।
ସମସ୍ତ ବିଭାଗକୁ ଆସନ୍ତା୩୧ ଅଗଷ୍ଟ ୨୦୨୬ସୁଦ୍ଧା ଆବଶ୍ୟକ ତଥ୍ୟ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।
ଏହି ତଥ୍ୟ ଆଧାରରେ ୨୦୨୫-୨୬ ବର୍ଷର ଆର୍ଟିଆଇ ବାର୍ଷିକ ରିପୋର୍ଟ ପ୍ରସ୍ତୁତ ହେବ। ଏହା ମାଧ୍ୟମରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତାର ସମୀକ୍ଷା କରାଯିବା ସହ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...