ଭୁବନେଶ୍ୱର: ଲଘୁଚାପଜନିତ ପ୍ରବଳ ବର୍ଷାରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଛି। ବୈତରଣୀ ନଦୀରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲୀପ ରାଉତ। ନଦୀ ଅବବାହିକାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଦେଖାଦେଇଛି।
ବିଶେଷକରି ବରୀ, ଆଳି ଓ ବିଞ୍ଝାରପୁର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ସମେତ ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି।
ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ଦ୍ରୁତ ବଢ଼ିଛି।
ତେବେ ବର୍ଷାର ପରିମାଣ କମିଲେ ଜଳସ୍ତର ଧୀରେ ଧୀରେ କମିବା ଆଶା କରାଯାଉଛି। ବର୍ଷାରେ ବିରତି ମିଳିଲେ ଆଜି ସନ୍ଧ୍ୟାରୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ସମ୍ଭାବନା ରହିଛି।
ବର୍ତ୍ତମାନ ବ୍ରାହ୍ମଣୀ ନଦୀ ଚେତାବନୀ ସ୍ତରରେ ପ୍ରବାହିତ ହେଉଛି। ରେଙ୍ଗାଲି ଡ୍ୟାମ୍ ମାଧ୍ୟମରେ ନଦୀର ଜଳପ୍ରବାହକୁ ନିୟନ୍ତ୍ରଣ କରାଯାଉଛି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀ ଏବେ ମଧ୍ୟ ଚେତାବନୀ ସ୍ତର ତଳେ ରହିଛି। ଫଳରେ ଏହାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ତୁଳନାମୂଳକ କମ୍ ରହିଛି।
ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ଆଗାମୀ ୨ରୁ ୩ ଦିନ ବର୍ଷାରେ ବିରତି ମିଳିଲେ ତଳିଆ ଅଞ୍ଚଳରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ। ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିଲେ ମଧ୍ୟ ଆଉ ପ୍ରବଳ ବର୍ଷା ନହେଲେ ପରିସ୍ଥିତି ସନ୍ଧ୍ୟା ସୁଦ୍ଧା ସୁଧାରିବା ଆଶା କରାଯାଉଛି।
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ପ୍ରସିଦ୍ଧ ଖ୍ରୀଷ୍ଟିଆନ୍ ହେଭି ମେଟାଲ୍ ବ୍ୟାଣ୍ଡ Demon Hun...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
ଭାରତୀୟ ଲେଗ୍-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଭାରତ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...