ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ବଡ଼ ଯୋଜନା କରିଛି କେନ୍ଦ୍ର। ‘ପୂର୍ବୋଦୟ’ ଭିଜନ୍ ଅଧୀନରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ ଯୋଜନା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ପଛୁଆ ଓ ଖଣିଜ ସମୃଦ୍ଧ ଅଞ୍ଚଳର ରେଳ ସଂଯୋଗକୁ ଆହୁରି ମଜବୁତ କରିବ ବୋଲି କୁହାଯାଇଛି।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ପାଇଁ ପ୍ରାୟ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇସାରିଛି। ଏହାସହିତ ୪,୦୧୭ କିଲୋମିଟର ଦୀର୍ଘ ୪୦ଟି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ପ୍ରକଳ୍ପଗୁଡ଼ିକର ଆନୁମାନିକ ନିବେଶ ପରିମାଣ ୫୪,୪୩୪ କୋଟି ଟଙ୍କା ବୋଲି କୁହାଯାଇଛି।
କେନ୍ଦ୍ର କ୍ୟାବିନେଟ୍ର ଅର୍ଥନୈତିକ ବ୍ୟାପାର କମିଟି ପକ୍ଷରୁ ୨୪,୬୫୭ କୋଟି ଟଙ୍କାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଥିରୁ ୬ଟି ପ୍ରକଳ୍ପ ଓଡ଼ିଶାକୁ ଲାଭ ଦେବ। ଏହି ୬ଟି ପ୍ରକଳ୍ପ ପାଇଁ ମୋଟ ପ୍ରାୟ ୧୫,୦୦୪ କୋଟି ଟଙ୍କା ନିବେଶ ହେବ।
ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ୭୩.୬୨ କିଲୋମିଟର ଗୁଣୁପୁର-ଥେରୁବାଲି ରେଳପଥ, ୧୧୬.୨୧ କିଲୋମିଟର ଜୁନାଗଡ଼ ରୋଡ୍-ନବରଙ୍ଗପୁର ରେଳପଥ ଏବଂ ୧୭୩.୬୧ କିଲୋମିଟର ମାଲକାନଗିରି-ପାଣ୍ଡୁରଙ୍ଗାପୁରମ୍ ରେଳପଥ ରହିଛି। ଏହାବ୍ୟତୀତ ବାଦାମପାହାଡ଼-କେନ୍ଦୁଝର, ବାଙ୍ଗିରିପୋଷି-ଗୋରୁମହିସାନି ଏବଂ ବୁରାମରା-ଚାକୁଳିଆ ରେଳପଥ ମଧ୍ୟ ଏହି ଯୋଜନାରେ ସାମିଲ ଅଛି।
ଏହି ୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ରେଳ ସଂଯୋଗ ଆହୁରି ଉନ୍ନତ ହେବ।
ଏହାଦ୍ୱାରା କୃଷିଜାତ ସାମଗ୍ରୀ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନପଥର, ଆଲୁମିନିୟମ୍, ଗ୍ରାନାଇଟ୍ ଓ ବାଲାଷ୍ଟ ଭଳି ସାମଗ୍ରୀର ପରିବହନ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି।
ରେଳମନ୍ତ୍ରୀ କହିଛନ୍ତି ଯେ ନୂଆ ରେଳପଥଗୁଡ଼ିକ ଆଞ୍ଚଳିକ ସଂଯୋଗ ବଢ଼ାଇବା ସହ ଯାତାୟାତ ସୁବିଧା, ରେଳ ନେଟୱର୍କର କ୍ଷମତା ଓ ସେବାର ନିର୍ଭରଯୋଗ୍ୟତାକୁ ମଜବୁତ କରିବ। ଅନ୍ୟପଟେ, ଜମି ଅଧିଗ୍ରହଣ ସମେତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶ୍ୱାସନ ଦେଇଛନ୍ତି।
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ନୂଆଦିଲ୍ଲୀ: EPFOକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି...
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ...
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ସାହସ, ବୀରତ୍ୱ ଓ ତ୍ୟାଗ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
ସ୍ମାର୍ଟଫୋନ୍‌ରେ ଘଣ୍ଟା ଘଣ୍ଟା ଧରି ଭିଡିଓ, ରିଲ୍ସ ଓ...