କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ଅଧୀନରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷକରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ସମୟରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ କଟକଣା ଲଗାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ,ଲୋକ ଭବନ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର, ଓଡ଼ିଶା ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI), ବିଧାନସଭା, ଆର୍ମୋରି ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ବିନା ଅନୁମତିରେ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିପାରିବେ ନାହିଁ।
କମିଶନରେଟ୍ ପୋଲିସର ନଜରକୁ ଆସିଛି ଯେ କିଛି ପୋଲିସ କର୍ମଚାରୀ ଡ୍ୟୁଟି, ମୁତୟନ ସ୍ଥାନ ଓ କାର୍ଯ୍ୟସ୍ଥଳ ସମ୍ପର୍କିତ ଫଟୋ-ଭିଡିଓ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ସେୟାର କରୁଥିଲେ। ଏଭଳି ପୋଷ୍ଟ ମାଧ୍ୟମରେ ଅଜାଣତରେ ସୁରକ୍ଷା ବ୍ୟବସ୍ଥା, ପୋଲିସ ମୁତୟନ ଓ ସମ୍ବେଦନଶୀଳ ସ୍ଥାନ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବାର ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର ନେଇ ସତର୍କ ରହିବାକୁ କୁହାଯାଇଛି। ବିନା ଅନୁମତିରେ ଏଭଳି ଫଟୋ କିମ୍ବା ଭିଡିଓ ରେକର୍ଡ କରିବା ଦ୍ୱାରା ସୁରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ସାର୍ବଜନୀନ ହୋଇପାରେ ବୋଲି ନିର୍ଦ୍ଦେଶାବଳୀରେ ସତର୍କ କରାଯାଇଛି।
ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସରଅପରେସନାଲ ସିକ୍ୟୁରିଟି ବଜାୟ ରଖିବାଏବଂ ସମ୍ବେଦନଶୀଳ ସ୍ଥାନ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଅନାବଶ୍ୟକ ଭାବେ ସାର୍ବଜନୀନ ହେବାକୁ ରୋକିବା।
୧୯୯୦ ଦଶକରେ ରତନ ଟାଟାଙ୍କ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଜ...
ଦୀପିକାଙ୍କ ଦମଦାର ପ୍ରଦର୍ଶନ ଉଜବେକିସ୍ତାନ ବିପକ୍ଷରେ ଭ...
ଭାରତର ରିଅଲ୍ ଇଷ୍ଟେଟ୍ ବଜାରରେ୧ BHK ଘର ଏବେ ଏକ ଅଜବ ସ୍ଥି...
କୋଟି କୋଟି ଟଙ୍କାର ନିବେଶ ଓ କଥିତ ଆର୍ଥିକ ଅନିୟମିତତାକୁ ନ...
୪୯ ବଲ୍‌ରେ ଶେଫାଳୀଙ୍କ ଐତିହାସିକ ଶତକ ଭାରତର ଓପନ...
ସିନ୍ଧୁଙ୍କଠାରୁ ଦମଦାର ଆରମ୍ଭ ପ୍ରଥମ ରବରରେ ପିଭି ସିନ୍...
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
Shapoorji Pallonji Groupର ଚେୟାରମ୍ୟାନ୍ Shapoorji Pa...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ପଦକ ଅଭିଯାନ ରୌ...