ଆସନ୍ତା୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ବୁଥ୍ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟକ୍ରମକୁ ନେଇଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ।
ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେOSWANପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ଥାନୀୟ ନିକାୟଗୁଡ଼ିକ ପାଇଁ ବୁଥ୍ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତିର ରୂପରେଖା, ଘରକୁ ଘର ସର୍ଭେର କାର୍ଯ୍ୟପନ୍ଥା ଏବଂ ଆଗାମୀ କାର୍ଯ୍ୟସୂଚୀ ଉପରେ ବିସ୍ତୃତ ଆଲୋଚନା ହେବ।
ଏହା ସହିତ୨୦୨୨ ସହରାଞ୍ଚଳ ସ୍ଥାନୀୟ କାଉନସିଲ୍ ନିର୍ବାଚନସମ୍ବନ୍ଧୀୟ ବକେୟାଡିସି ବିଲ୍ (DC Bill)ଏବଂଉପଯୋଗ ପ୍ରମାଣପତ୍ର (Utilisation Certificate)ଦାଖଲର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯିବ। ବକେୟା କାଗଜପତ୍ରର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବ।
ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୈଠକରେଅତିରିକ୍ତ ଜିଲ୍ଲାପାଳ (ULB ନିର୍ବାଚନର ନୋଡାଲ ଅଧିକାରୀ), ସମସ୍ତ ERO, AERO ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେଜିଲ୍ଲା OSWAN କେନ୍ଦ୍ରରୁ ଭିଡିଓ କନଫରେନ୍ସରେ ଯୋଗଦେବେ।
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏହି ବୈଠକକୁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
‘India’s biggest rebel soldier’...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...