ଓଡ଼ିଶାର ଶକ୍ତି କ୍ଷେତ୍ରରେ ନ୍ୟୁକ୍ଲିୟର ପାୱାରକୁ ସାମିଲ କରିବା ଦିଗରେ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ସ୍ଥାନରେ ନ୍ୟୁକ୍ଲିୟର ପାୱାର ପ୍ରକଳ୍ପ ସମ୍ଭାବନା ଯାଞ୍ଚ ପାଇଁ NTPC ଓ Adani Powerକୁ ଅନୁମତି ଦିଆଯାଇଛି।
ବିଧାନସଭାରେ ଏନେଇ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। NTPCକୁ ରାଜ୍ୟର ୪ଟି ସ୍ଥାନରେ feasibility study କରିବାକୁ ଅନୁମତି ମିଳିଥିବା ବେଳେ ଦେବଗଡ଼ ନିକଟସ୍ଥ ଏକ ସ୍ଥାନକୁ ପରବର୍ତ୍ତୀ ଅଧ୍ୟୟନ ପାଇଁ ଚୟନ କରାଯାଇଛି। ଅନ୍ୟ ସ୍ଥାନଗୁଡ଼ିକ କଟକ, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଚିହ୍ନଟ ହୋଇଥିଲା।
ସେହିପରି Adani Powerକୁ ମାଲକାନଗିରି ଜିଲ୍ଲାର ବାଲିମେଳା ଡ୍ୟାମ୍ ଏବଂ ଅନୁଗୁଳ ଜିଲ୍ଲାର ମଞ୍ଜୋର ଡ୍ୟାମ୍ରେ ନ୍ୟୁକ୍ଲିୟର ପାୱାର ପ୍ରକଳ୍ପ ପାଇଁ feasibility study କରିବାକୁ in-principle approval ଦିଆଯାଇଛି।
ତେବେ ଏହି ସମସ୍ତ ପ୍ରସ୍ତାବ ବର୍ତ୍ତମାନ ପ୍ରାରମ୍ଭିକ ସର୍ଭେ ଓ feasibility assessment ପର୍ଯ୍ୟାୟରେ ରହିଛି। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ କିମ୍ବା ଚାଲୁ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ଏହା ସହିତ Tata Group ମଧ୍ୟ ଓଡ଼ିଶାରେ ନ୍ୟୁକ୍ଲିୟର ପାୱାର ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ତେବେ Tata Groupର ପ୍ରସ୍ତାବ ଉପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ଓଡ଼ିଶାର ଦୀର୍ଘମିଆଦୀ ଶକ୍ତି ଆବଶ୍ୟକତା ଓ ନିବେଶକୁ ଦୃଷ୍ଟିରେ ରଖି ନ୍ୟୁକ୍ଲିୟର ପାୱାର କ୍ଷେତ୍ରରେ ଏହି ପ୍ରାରମ୍ଭିକ ଅଧ୍ୟୟନକୁ ଗୁରୁତ୍ୱ ଦିଆଯାଉଛି। ଆଗାମୀ ପଦକ୍ଷେପ feasibility study, ନିୟାମକ ଅନୁମତି ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରକ୍ରିୟା ଉପରେ ନିର୍ଭର କରିବ।
ଭାରତୀୟ ଟେକ୍ ପ୍ରଫେସନାଲ୍ଙ୍କ ପାଇଁ ଏକ ବଡ଼ ଉପଲବ୍ଧି।IIIT...
ମେଘାଳୟ ରାଜନୀତିରେ ବଡ଼ ଦଳବଦଳ ଦେଖିବାକୁ ମିଳିଛି। UDPର ୮...
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ନିକଟତର ହେଉଥିବ...
ପଶ୍ଚିମବଙ୍ଗରେ ଟିଏମ୍‌ସିରୁ ବିଚ୍ଛିନ୍ନ ହୋଇ NCPIରେ...
ମଙ୍ଗଳବାରର ହ୍ରାସ ପରେ ବୁଧବାର, ସେପ୍ଟେମ୍ବର ୨୩ରେ ପୁଣି ଗ...
ପାକିସ୍ତାନର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୁର୍କୀ ଏବେ ଇନ...
ଭାରତୀୟ ଜନତା ପାର୍ଟି ନିଜ ସାଂଗଠନିକ ଢାଞ୍ଚାରେ ବଡ଼ ପରିବର...
Tata Groupର holding companyTata Sonsକୁ ନେଇ ଚାଲିଥିବ...