ଭୁବନେଶ୍ୱର: ରାଜ୍ୟରେ ଅପରାଧ ବୃଦ୍ଧି ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅପରାଧ ନିୟନ୍ତ୍ରଣ ପାଇଁ ସରକାର ବଦ୍ଧପରିକର ଏବଂ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ଯେଉଁ ଅଞ୍ଚଳରେ ଯେକୌଣସି ପ୍ରକାର ଅପରାଧ ଘଟୁଛି, ସରକାର ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରୁଛନ୍ତି। ଅପରାଧ ଘଟଣାରେ ତୁରନ୍ତ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ ଦାବି କରିଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଯାହା ଆବଶ୍ୟକ, ସରକାର ସେସବୁ ପଦକ୍ଷେପ ନେଉଛନ୍ତି। ଅପରାଧ ନିୟନ୍ତ୍ରଣ ଦିଗରେ ଏହି ପଦକ୍ଷେପଗୁଡ଼ିକୁ ଆହୁରି କଠୋରତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିକାଶଶୀଳ ରାଜ୍ୟ ଓ ଦେଶଗୁଡ଼ିକରେ ବିଭିନ୍ନ ସମୟରେ ଅପରାଧର ମାତ୍ରା ମଧ୍ୟ ବଢ଼ିଥାଏ। ତେବେ ଏହାକୁ ରୋକିବା ଓ ଅପରାଧୀଙ୍କୁ ଦମନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି।
ଖୁବଶୀଘ୍ର ଏହି ପଦକ୍ଷେପର ପ୍ରତିଫଳ ରାଜ୍ୟବାସୀ ଦେଖିବାକୁ ପାଇବେ ବୋଲି ଆଇନମନ୍ତ୍ରୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ରାଜସ୍ଥାନରେ ୩୦ ଲକ୍ଷ ଭୋଟରଙ୍କୁ ନେଇ ବିବାଦ! ଗ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ଭୋ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ନୂଆ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟକୁ ଏକାଠି କରିବା ଉଦ୍ଦେଶ୍ୟର...
ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍! ଥରେ ₹୧୦ ହଜାର ରିଚାର୍ଜ...
ଏମିତି ହେବା ଉଚିତ୍ ମାଲିକ! ଦୀପାବଳିରେ ୨୦ କର୍...
ବାୟୁ ପ୍ରଦୂଷଣର ପ୍ରଭାବ କେବଳ ବାହାରେ ରହିବା ପର୍ଯ୍ୟନ୍ତ ସ...