ଗଞ୍ଜାମର କୋଟା ଲକ୍ଷ୍ମଣଙ୍କ ସଫଳତା: ଭାରତୀୟ ପାରା ସିଟିଂ କ୍ରିକେଟ୍ ଦଳରେ ସ୍ଥାନ, ଶ୍ରୀଲଙ୍କାରେ କରିବେ ଆନ୍ତର୍ଜାତୀୟ ଡେବ୍ୟୁ

ଶାରୀରିକ ଅସମର୍ଥତା ଓ ଆର୍ଥିକ ସଂଘର୍ଷକୁ ପଛରେ ପକାଇ ଗଞ୍ଜାମ ଜିଲ୍ଲାର ଝାଟିପଦର ଗ୍ରାମର ଯୁବ ପାରା କ୍ରିକେଟର କୋଟା ଲକ୍ଷ୍ମଣ ଭାରତୀୟ ପାରା ସିଟିଂ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି। ଏହି ମାସ ଶେଷରେ ଶ୍ରୀଲଙ୍କାରେ ଆୟୋଜିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଦେଶ ପାଇଁ ଖେଳିବେ।
Para cricketer Kota Laxman from Odisha selected for Indian Para Sitting Cricket Team ahead of Sri Lanka tournament.
Para cricketer Kota Laxman from Odisha selected for Indian Para Sitting Cricket Team ahead of Sri Lanka tournament.

ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍ ଅଧୀନ ଝାଟିପଦର ଗ୍ରାମର ଯୁବ ପାରା କ୍ରିକେଟର କୋଟା ଲକ୍ଷ୍ମଣ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଜନ୍ମରୁ ଉଭୟ ଗୋଡ଼ରେ ଅସୁବିଧା ଥିଲେ ମଧ୍ୟ ସେ କେବେ ନିଜ ସ୍ୱପ୍ନକୁ ତ୍ୟାଗ କରିନଥିଲେ।

ଶୈଶବରୁ କ୍ରିକେଟ୍ ପ୍ରତି ତାଙ୍କର ଅପାର ଆଗ୍ରହ ଥିଲା। ଶାରୀରିକ ସମସ୍ୟା ସତ୍ତ୍ୱେ ସେ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ପରେ ପାରା ସିଟିଂ କ୍ରିକେଟ୍ ସମ୍ପର୍କରେ ଜାଣିବା ପରେ ସେ ଏହି ଖେଳରେ ନିଜ କ୍ୟାରିୟର ଗଢ଼ିବାକୁ ସଂକଳ୍ପ ନେଇଥିଲେ।

ଆର୍ଥିକ ଭାବେ ଦୁର୍ବଳ ପରିବାରରୁ ଆସିଥିବା ଲକ୍ଷ୍ମଣଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା। ତାଙ୍କ ମାଆ ଦୈନିକ ମଜୁରୀ କାମ କରି ପରିବାର ଚଳାଉଛନ୍ତି। ସୀମିତ ସମ୍ବଳ ମଧ୍ୟରେ ଲକ୍ଷ୍ମଣ ପ୍ରତିଦିନ ପ୍ରାୟ ତିନି କିଲୋମିଟର ଯାତ୍ରା କରି ଅଭ୍ୟାସ ପାଇଁ ମାଠକୁ ଯାଉଥିଲେ।

୨୦୨୩ ମସିହାରେ ଚେନ୍ନାଇରେ ପ୍ରଥମ ଥର ପାରା ସିଟିଂ କ୍ରିକେଟ୍ ଖେଳିଥିବା ଲକ୍ଷ୍ମଣ ୨୦୨୫ରେ ପୁଣି ଚେନ୍ନାଇରେ ଆୟୋଜିତ ପ୍ରତିଯୋଗିତାରେ ୱିକେଟକିପର-ବ୍ୟାଟ୍ସମ୍ୟାନ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଓ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ହାସଲ କରିଥିଲେ।

ତାଙ୍କ ଦକ୍ଷତା ଓ ପରିଶ୍ରମ ଫଳରେ ସେ ଭାରତ ‘ଏ’ ଦଳର ଉପ-ଅଧିନାୟକ ଭାବେ ମଧ୍ୟ ଚୟନିତ ହୋଇଥିଲେ। ବର୍ତ୍ତମାନ ସେ ଭାରତୀୟ ପାରା ସିଟିଂ କ୍ରିକେଟ୍ ଦଳରେ ସ୍ଥାନ ପାଇ ଶ୍ରୀଲଙ୍କାରେ ହେବାକୁ ଥିବା ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।

ଲକ୍ଷ୍ମଣଙ୍କ ଏହି ସଫଳତା ଗଞ୍ଜାମ ଜିଲ୍ଲା ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ତାଙ୍କ ଜୀବନ ସଂଘର୍ଷ ଓ ସଫଳତା ଅନେକ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

LIVE TV
LIVE
Latest News
ସେନ୍‌ସେକ୍ସ ୧୬୦୦ ପଏଣ୍ଟ ଉପରେ କାହିଁକି? ସେୟାର ବଜାର ବୃଦ୍ଧି ପଛରେ ୩ଟି ବଡ଼ କାରଣ

ସେନ୍‌ସେକ୍ସ ୧୬୦୦ ପଏଣ୍ଟ ଉପରେ କାହିଁକି? ସେୟାର...

ଭାରତୀୟ ସେୟାର ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ...

‘ସଂସଦର ତୃତୀୟ ସଦନ ହୋଇପାରିବ ନାହିଁ ସୁପ୍ରିମକୋର୍ଟ’ – SC/ST ଆସନ ସଂରକ୍ଷଣ ନେଇ “ଆବେଦନ ଶୁଣାଣିକୁ ଗ୍ରହଣ କରିବାକୁ ମନା”

‘ସଂସଦର ତୃତୀୟ ସଦନ ହୋଇପାରିବ ନାହିଁ ସୁପ୍ରିମକୋର୍ଟ’...

ନୂଆଦିଲ୍ଲୀ: ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜାତି (SC) ଓ ଅ...

ଶ୍ରୀନଗର ସାଂସଦଙ୍କ ଇସ୍ତଫା ପଛରେ ବିଜେପିର ‘ଅପରେସନ୍ ଲୋଟସ୍’! ନ୍ୟାସନାଲ କନଫରେନ୍ସର ଅଭିଯୋଗ, ବିଜେପିର ଖଣ୍ଡନ

ଶ୍ରୀନଗର ସାଂସଦଙ୍କ ଇସ୍ତଫା ପଛରେ ବିଜେପିର ‘ଅପରେସନ୍...

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ବିବାଦ। ନ୍ୟାସନ...

Bihar Board Exam 2027: ଦଶମ ଓ ଦ୍ୱାଦଶ ଶ୍ରେଣୀ Sent-up ପରୀକ୍ଷା ସୂଚୀ ଜାରି, ଜାଣନ୍ତୁ ତାରିଖ

Bihar Board Exam 2027: ଦଶମ ଓ...

ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...

ଆମେରିକା ନିର୍ବାଚନରୁ ଭାରତୀୟ ସେୟାର ବଜାରକୁ ମିଳିବ ଫାଇଦା! ଶସ୍ତା ତୈଳ ଓ FII ନିବେଶ ଉପରେ ନଜର

ଆମେରିକା ନିର୍ବାଚନରୁ ଭାରତୀୟ ସେୟାର ବଜାରକୁ ମିଳିବ...

ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ପରେ ଭାରତୀୟ ସେୟ...

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା! ATF ଦର କମାଇବାକୁ ସରକାରଙ୍କୁ ଆଞ୍ଚଳିକ ଏୟାରଲାଇନ୍ସର ଦାବି

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା!...

ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...

କ୍ଷୀର ପରେ ଏବେ ଘିଅ, ବଟର ଓ ପନିର ମହଙ୍ଗା! ନନ୍ଦିନୀ ଦୁଗ୍ଧଜାତ ଦ୍ରବ୍ୟର ଦାମ୍ ବଢ଼ିଲା

କ୍ଷୀର ପରେ ଏବେ ଘିଅ, ବଟର ଓ...

ଦରବୃଦ୍ଧିର ଝଟକାରେ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି କର୍ଣ୍...

anrf-pm-ecrg-2026-60-lakh-research-grant

anrf-pm-ecrg-2026-60-lakh-research-grant

ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+