ଗରିବ ଓଡ଼ିଶାରେ ମହଙ୍ଗା ମାଡ଼! ଦରଦାମ୍ ବୃଦ୍ଧିରେ ଦେଶର ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ଦିନକୁ ଦିନ ବଢ଼ୁଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ୁଛି। ପିଆଜଠାରୁ ଚାଉଳ, ଚିନିଠାରୁ ଖାଇବା ତେଲ ଏବଂ କ୍ଷୀରଠାରୁ ପନିପରିବା ପର୍ଯ୍ୟନ୍ତ ସବୁକିଛିର ଦାମ୍ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି।
ଆଶ୍ଚର୍ଯ୍ୟର କଥା, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଅତିକ୍ରମ କରିଛି। ଗତ ଅକ୍ଟୋବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୭.୧୭ ପ୍ରତିଶତରେ ପହଞ୍ଚିଛି। ଏହା ସହ ଦେଶର ସବୁଠାରୁ ଅଧିକ ମହଙ୍ଗା ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା।
ଏହି ତାଲିକାରେ ଓଡ଼ିଶାଠାରୁ ଉପରେ ରହିଛନ୍ତି ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ। ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ସହର ଅପେକ୍ଷା ଗ୍ରାମାଞ୍ଚଳରେ ମହଙ୍ଗା ମାଡ଼ର ପ୍ରଭାବ ଅଧିକ ରହିଛି।
ତଥ୍ୟ ଅନୁସାରେ, ଓଡ଼ିଶାର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୭.୭୪ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ଏହା ୫.୬୩ ପ୍ରତିଶତ ରହିଛି। ଅର୍ଥାତ୍ ସହର ଅପେକ୍ଷା ଗାଁର ଲୋକଙ୍କୁ ଅଧିକ ମହଙ୍ଗା ମାଡ଼ ସହିବାକୁ ପଡ଼ୁଛି।
ସେପଟେ ମାସକୁ ମାସ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଛି। ସେପ୍ଟେମ୍ବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୬.୭୦ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ବୃଦ୍ଧି ପାଇ ୭.୧୭ ପ୍ରତିଶତରେ ପହଞ୍ଚିଛି।
କେବଳ ଓଡ଼ିଶା ନୁହେଁ, ଦେଶରେ ମଧ୍ୟ ମହଙ୍ଗା ସ୍ଥିତି ଚିନ୍ତାଜନକ ରହିଛି। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଗତ ୧୨ ମାସ ମଧ୍ୟରେ ସର୍ବାଧିକ। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ୮.୯୪ ପ୍ରତିଶତକୁ ବଢ଼ିଛି।
ଅକ୍ଟୋବର ମାସରେ କେତେକ ସାମଗ୍ରୀର ଦାମ୍ ଆକାଶଛୁଆଁ ହୋଇଛି। ବିଶେଷ କରି ପିଆଜ, ଅଦା, ରସୁଣ, ଲେମ୍ବୁ ଓ ରୁପା ଗହଣାର ଦାମ୍ ଅଧିକ ବଢ଼ିଛି। ଅନ୍ୟପଟେ ଆଳୁ, ଫୁଲକୋବି, ନଡ଼ିଆ, ବାଇଗଣ ଓ ବନ୍ଧାକୋବି ଭଳି ପାଞ୍ଚଟି ସାମଗ୍ରୀର ଦାମ୍ କମିଛି।
ମୋଟାମୋଟି ଭାବେ, ମହଙ୍ଗା ବଜାରରେ ଓଡ଼ିଶାର ଏହି ସ୍ଥିତି ସାଧାରଣ ପରିବାରର ମାସିକ ବଜେଟ୍ ଉପରେ ବଡ଼ ପ୍ରଭାବ ପକାଉଛି।
ଅଣ୍ଡର-୧୯ ଏସିଆ କପ୍‌ରେ ପୁଣି ଥରେ ଦେଖିବାକୁ...
ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...
ପାଟ୍ରୋଲିଂ ଡ୍ୟୁଟିରୁ ନିଖୋଜ, ପରେ ମିଳିଲା ଦୁଇ SPOଙ୍କ ମୃ...
ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦ...
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ...
ହାଇଦ୍ରାବାଦ: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା...
ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍...
ଖଡ଼ଗପୁର: ଦେଶର ଉଚ୍ଚଶିକ୍ଷା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରର...