ଆସନ୍ତା ଦୁଇ ଦିନ ଧରି ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ଅନ୍ୟ ୨୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
IMD ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବହୁ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହା ଯୋଗୁଁ ସାଧାରଣ ଜନଜୀବନ ଏବଂ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇପାରେ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ରହିବ। ଅନ୍ୟ ୨୮ଟି ଜିଲ୍ଲାରେ ୟେଲୋ ଆଲର୍ଟ ବଳବତ୍ତର ରହିବ।
ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି IMD ସତର୍କ କରିଛି।
ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଶେଷ କରି ଜଳବନ୍ଦୀ ଓ ବନ୍ୟା ପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଗ୍ରହଣ କରାଯାଉଛି।
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ମେଷ : ଏହି ସପ୍ତାହରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ଆର...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...