Odisha Government seeks district-wise reports on unsafe bridges and culverts during the monsoon season.

ମୌସୁମୀ ସତର୍କତା: ଅସୁରକ୍ଷିତ ପୋଲ ଓ କଲଭର୍ଟ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଓଡ଼ିଶା ସରକାର

ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଥିବା ଅସୁରକ୍ଷିତ ଓ କ୍ଷତିଗ୍ରସ୍ତ ପୋଲ ଏବଂ କଲଭର୍ଟଗୁଡ଼ିକର ମରାମତି ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଓ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛି।

ମୌସୁମୀ ବର୍ଷା ସମୟରେ ଗ୍ରାମାଞ୍ଚଳରେ ଲୋକଙ୍କ ସୁରକ୍ଷିତ ଯାତାୟାତ ଓ ସଂଯୋଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜିଲ୍ଲାଭିତ୍ତିକ ଅସୁରକ୍ଷିତ ପୋଲ ଓ କଲଭର୍ଟଗୁଡ଼ିକର ମରାମତି ପାଇଁ ପ୍ରସ୍ତାବ ମାଗିଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗ୍ରାମାଞ୍ଚଳରେ ସୁରକ୍ଷିତ ଯାତାୟାତ ଓ ଜନସାଧାରଣଙ୍କ ସୁବିଧା ପାଇଁ ପୋଲ ଓ କଲଭର୍ଟର ମରାମତି ଓ ରକ୍ଷଣାବେକ୍ଷଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।

ଜିଲ୍ଲାପାଳମାନଙ୍କୁ ନିଜ ଅଞ୍ଚଳରେ ଥିବା ଅସୁରକ୍ଷିତ, ଦୁର୍ବଳ ଓ କ୍ଷତିଗ୍ରସ୍ତ ପୋଲ ଏବଂ କଲଭର୍ଟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରାକ୍ତିକ ଯାଞ୍ଚ ପରେ କ୍ଷେତ୍ର ସ୍ତରର ବାସ୍ତବ ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ବିଶେଷକରି ଯେଉଁ ପୋଲ ଓ କଲଭର୍ଟଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ, ବିପଦଜନକ କିମ୍ବା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଜରୁରୀ, ସେଗୁଡ଼ିକର ମରାମତିକୁ ପ୍ରାଥମିକତା ଦେବାକୁ କୁହାଯାଇଛି।

ସମସ୍ତ ପ୍ରସ୍ତାବ ସକ୍ଷମ କର୍ତ୍ତୃପକ୍ଷଙ୍କ ପ୍ରମାଣିକରଣ ପରେ ନିର୍ଦ୍ଧାରିତ ଫର୍ମାଟରେ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ହାର୍ଡ କପି ଓ ସଫ୍ଟ କପି ଆକାରରେ ବିଭାଗକୁ ପଠାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ମୌସୁମୀ ବର୍ଷା ସମୟରେ କ୍ଷତିଗ୍ରସ୍ତ ପୋଲ ଓ କଲଭର୍ଟ ଯୋଗୁଁ ଗ୍ରାମାଞ୍ଚଳରେ ଦୁର୍ଘଟଣା ଓ ଯାତାୟାତ ବାଧା ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପକୁ ସରକାରଙ୍କ ପକ୍ଷରୁ ଏକ ପୂର୍ବ ସତର୍କତାମୂଳକ ଉଦ୍ୟମ ବୋଲି ଦେଖାଯାଉଛି।

Latest News
ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଭାରତରେ ନୂଆ ନକଲି ରାବିଜ୍ ଟିକା ନେଇ ଆଲର୍ଟ, ମାସେ ପୂର୍ବରୁ ଅଷ୍ଟ୍ରେଲିଆ ଦେଇଥିଲା ସତର୍କତା

ଭାରତରେ ନୂଆ ନକଲି ରାବିଜ୍ ଟିକା ନେଇ...

ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ ପରିବହନ ବିମାନ କିଣିବ, ପ୍ରକଳ୍ପ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା.

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ...

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+