ଭୁବନେଶ୍ୱର, ନଭେମ୍ବର ୨୪: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡକ୍ଟର ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ସମୃଦ୍ଧ ପରମ୍ପରାକୁ ମନେ ପକାଇ ଉଭୟ ନେତା ଏହି ପବିତ୍ର ପର୍ବର ଶୁଭକାମନା ଜଣାଇଛନ୍ତି।
ରାଜ୍ୟପାଳ ଡକ୍ଟର ବ୍ରଜ ମୋହନ ରାମ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ଆମ ଓଡ଼ିଶାର ଗୌରବମୟ ଇତିହାସ, କଳା ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଥିବା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ଓଡ଼ିଆ ଉକ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଉଲ୍ଲେଖ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନିଜ ବାର୍ତ୍ତାରେ ସେ କହିଛନ୍ତି, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଗୌରବମୟ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ଐତିହ୍ୟକୁ ସ୍ମରଣ କରି ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା।
ଏହା ସହ ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ମଧ୍ୟ ସେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆଧ୍ୟାତ୍ମିକ ଚେତନା ଭରିଯାଉ ବୋଲି କାମନା କରିଛନ୍ତି।
ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଯାତ୍ରା ଓ ସାଧବମାନଙ୍କ ବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ବୋଇତ ବନ୍ଦାଣ ପର୍ବ ରାଜ୍ୟର ସାଂସ୍କୃତିକ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଅବସରରେ ରାଜ୍ୟର ଦୁଇ ପ୍ରମୁଖ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ରାଜ୍ୟବାସୀଙ୍କ ମଧ୍ୟରେ ପର୍ବର ଆନନ୍ଦକୁ ଆହୁରି ବଢ଼ାଇଛି।
କୋଲକାତା: ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ...
ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...
ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱାରୀଙ୍କ ନିର...
ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ନଭେମ୍ବର ୨୪, ମଙ୍ଗଳବାର ଭାରତୀୟ...
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ଏଯାଏଁ ଆନୁଷ୍ଠାନିକ...
ନୂଆଦିଲ୍ଲୀ: IDBI ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ ନୁହେଁ। ଏ...
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମା...