ଓଡ଼ିଶାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ଚାପ ପଡ଼ିଛି। ରାଜ୍ୟର ବିଭିନ୍ନ ବଜାରରେ ପରିବା ଦରରେ ତୀବ୍ର ବୃଦ୍ଧି ଘଟିଥିବାବେଳେ ରାଉରକେଲାରେ ପିଆଜ କିଲୋ ପ୍ରତି୫୦ ଟଙ୍କାରେ ବିକ୍ରି ହେଉଛି।
କେବଳ ପିଆଜ ନୁହେଁ, ବାଇଗଣ, ପୋଟଳ, ଫୁଲକୋବି, ବିନ୍ସ, କାକୁଡ଼ି, କରଲା ଓ ବିଟ୍ ଭଳି ଅନେକ ପରିବାର ଦର ମଧ୍ୟ କିଲୋ ପ୍ରତି ୫୦ ଟଙ୍କା ଟପିଛି। ଟମାଟୋ କିଲୋ ପ୍ରତି ପ୍ରାୟ୩୦ରୁ ୪୦ ଟଙ୍କାମଧ୍ୟରେ ବିକ୍ରି ହେଉଛି।
ପରିବା ଦର ବଢ଼ିବାର ପ୍ରଭାବ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିଛି। ଅଧିକ ଦର ଯୋଗୁଁ ଅନେକ ଗ୍ରାହକ ଏକ କିଲୋ ବଦଳରେ ଅଧା କିଲୋ ପରିବା କିଣି ଖର୍ଚ୍ଚ ନିୟନ୍ତ୍ରଣ କରୁଛନ୍ତି। ଘରେ ରୋଷେଇ ସମୟରେ ମଧ୍ୟ ପରିବାର ଲୋକେ କମ୍ ପରିମାଣର ପରିବା ବ୍ୟବହାର କରୁଥିବା ଜଣାପଡ଼ିଛି।
ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀପ୍ରିୟା ଦାସଙ୍କ କହିବା ଅନୁସାରେ, ବଜାରରେ ପରିବାର ଅଭାବ ଦେଖାଦେଇଛି ଏବଂ ଅଧିକାଂଶ ପରିବା ଦର ୫୦ ଟଙ୍କାରୁ ଅଧିକ। ଗତ କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଉପଲବ୍ଧତା ଅନୁଯାୟୀ କିଣାକିଣି କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ବ୍ୟବସାୟୀମାନଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଏହାସହ ବଜାରକୁ ପରିବା ଯୋଗାଣ ମଧ୍ୟ କମିଛି। ଯୋଗାଣ କମିବାରୁ ଚାହିଦା ଅନୁପାତରେ ପରିବା ମିଳୁନଥିବା ଏବଂ ଏହାର ପ୍ରଭାବ ଖୁଚୁରା ବଜାର ଦର ଉପରେ ପଡ଼ିଥିବା ବ୍ୟବସାୟୀମାନେ କହିଛନ୍ତି।
ପରିବା ବ୍ୟବସାୟୀ ପପ୍ପୁ ବିଶ୍ୱାଳଙ୍କ କହିବା ଅନୁସାରେ, ନାସିକରେ ବହୁ ପରିମାଣର ପିଆଜ ନଷ୍ଟ ହୋଇଥିବାରୁ ଏଠାକୁ ପିଆଜ ଯୋଗାଣ କମିଛି। ଯେଉଁ ବ୍ୟବସାୟୀମାନେ ପିଆଜ ମହଜୁଦ ରଖିଥିଲେ, ସେମାନେ ଅଧିକ ଦରରେ ବିକ୍ରି କରୁଥିବା ସେ କହିଛନ୍ତି।
ବଜାରରେ ପରିବା ଦର ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଦର ବଢ଼ିଲେ ବନ୍ୟା ପରିସ୍ଥିତିରେ ପୂର୍ବରୁ ଆର୍ଥିକ ଚାପରେ ଥିବା ପରିବାରଗୁଡ଼ିକ ଉପରେ ଏହା ଅଧିକ ପ୍ରଭାବ ପକାଇପାରେ।
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...