ଓଡ଼ିଶାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ପାଞ୍ଚ ଦିନ ଧରି ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏବେ ପାଣି କମିବା ପରେ ଧ୍ୱଂସର ଚିତ୍ର ସାମ୍ନାକୁ ଆସୁଛି।
ଅନେକ ଲୋକଙ୍କ ଘର ନଷ୍ଟ ହୋଇଥିବା ବେଳେ ଚାଷଜମି ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବା ଯୋଗୁଁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।
ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ, ବୈତରଣୀ ଓ କଣି ନଦୀରେ ସୃଷ୍ଟି ହୋଇଥିବା୭ରୁ ଅଧିକ ଘାଇଦେଇ ଏବେ ବି ବନ୍ୟାଜଳ ପ୍ରବାହିତ ହେଉଛି। ଏହି ଘାଇଗୁଡ଼ିକ ଯୋଗୁଁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି କିମ୍ବା ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି।
ଜଳସ୍ତର କମିଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଘର ସଫା କରିବା, ରାସ୍ତା ଓ ଆଖପାଖ ଅଞ୍ଚଳରୁ ପାଣି କାଢ଼ିବା ଏବଂ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ କାଂସବାଂଶ ନଦୀର ପ୍ରଖର ସ୍ରୋତ ହ୍ରାସ ପାଇଛି। ତେବେ ବନ୍ୟାର ପ୍ରଭାବ ଏବେ ବି ଅନେକ ଅଞ୍ଚଳରେ ରହିଛି। ଚାଷଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁଁ ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଛି।
ଭଦ୍ରକ ଓ ଯାଜପୁରର ଚାଷୀମାନେ ବନ୍ୟା ଯୋଗୁଁ ବ୍ୟାପକ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଲଙ୍କା, ଅମୃତଭଣ୍ଡା, କଖାରୁ ଓ ଅନ୍ୟାନ୍ୟ ପନିପରିବା ଫସଲ ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବାରୁ ଗଛ ଓ ଲତାଗୁଡ଼ିକ ପଚିବା ଆରମ୍ଭ କରିଛି।
ଜଣେ ଭଦ୍ରକ ଚାଷୀ କହିଛନ୍ତି ଯେ, ଲଙ୍କା, ଅମୃତଭଣ୍ଡା, କଖାରୁ ସମେତ ବିଭିନ୍ନ ପନିପରିବା ଚାଷ କରିଥିଲେ। କିନ୍ତୁ ଦୀର୍ଘ ସମୟ ପାଣିରେ ବୁଡ଼ି ରହିବାରୁ ସବୁ ନଷ୍ଟ ହୋଇଯାଇଛି। ଏହା ତାଙ୍କ ପାଇଁ ବଡ଼ ଆର୍ଥିକ କ୍ଷତି ବୋଲି ସେ କହିଛନ୍ତି।
ଆଉ ଜଣେ ଚାଷୀ କହିଛନ୍ତି ଯେ ପ୍ରତିବର୍ଷ ବନ୍ୟା ଯୋଗୁଁ ଏଭଳି ସମସ୍ୟା ହେଉଛି। ଫସଲ ନଷ୍ଟ ହୋଇଯିବାରୁ ଜୀବିକା ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳରେ ନଦୀବନ୍ଧ ନିର୍ମାଣ ଦାବି ମଧ୍ୟ ସେ କରିଛନ୍ତି।
ଯାଜପୁରର ଜଣେ ବାସିନ୍ଦା କହିଛନ୍ତି ଯେ ତାଙ୍କ ଗାଁ ଏବେ ବି ଆଂଶିକ ଭାବେ ଜଳବନ୍ଦୀ ରହିଛି ଏବଂ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘର ଓ ଏହାର ଆଖପାଖ ଅଞ୍ଚଳ ସଫା କରିବାକୁ ପରିବାର ପକ୍ଷରୁ ଉଦ୍ୟମ ଜାରି ରହିଛି।
ଚାଷଜମିରେ ଥିବା ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଫସଲ ପାକି ନଥିବାରୁ ବନ୍ୟା ପୂର୍ବରୁ ତାହାକୁ ତୋଳି ସୁରକ୍ଷିତ କରିବା ସମ୍ଭବ ହୋଇନଥିଲା।
ଅନ୍ୟ ଜଣେ ଚାଷୀ କହିଛନ୍ତି ଯେ ସେ ପୋଟଳ ଚାଷ କରିଥିଲେ। ଦୀର୍ଘ ସମୟ ପାଣିରେ ବୁଡ଼ି ରହିବାରୁ ସମସ୍ତ ଲତା ନଷ୍ଟ ହୋଇଯାଇଛି। ପାଣି କମିଥିଲେ ମଧ୍ୟ ମାଟିରେ ଅତ୍ୟଧିକ ଆର୍ଦ୍ରତା ରହିଥିବାରୁ ଫସଲ ବଞ୍ଚିବାର ସମ୍ଭାବନା ନାହିଁ।
ବନ୍ୟାଜଳ ହ୍ରାସ ପାଉଥିବାରୁ ଲୋକେ ଧୀରେ ଧୀରେ ନିଜ ଘରକୁ ଫେରୁଥିଲେ ମଧ୍ୟଘର ମରାମତି, ଜମି ପୁନରୁଦ୍ଧାର ଓ ନଷ୍ଟ ଫସଲର କ୍ଷତିପୂରଣଏବେ ପ୍ରଭାବିତ ଲୋକଙ୍କ ପାଇଁ ବଡ଼ ଆବଶ୍ୟକତା ହୋଇଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...