ଓଡ଼ିଶାରେ ବନ୍ୟା ସ୍ଥିତି ଦିନକୁ ଦିନ ଗୁରୁତର ହେଉଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବା ବେଳେ ମୁଣ୍ଡଳୀ ଦେଇ ୯.୫ ଲକ୍ଷ କ୍ୟୁସେକ୍ରୁ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଏବଂ ନିମ୍ନାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ମହାନଦୀର ବନ୍ୟାଜଳ ଏହାର ଶାଖା ନଦୀଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇବ। ଲୁଣା, କରଣ୍ଡିଆ, ଚିତ୍ରୋତ୍ପଳା, ପାଇକା ଓ ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେହିପରି କୁଶଭଦ୍ରା, ଭାର୍ଗବୀ, ଦୟା ଓ କାଣ୍ଡଳ ନଦୀରେ ମଧ୍ୟ ଜଳ ପ୍ରବାହ ବଢ଼ିପାରେ।
ଏହି ବନ୍ୟା ପରିସ୍ଥିତି ଫଳରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ନିମ୍ନାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ଅଞ୍ଚଳ ମଧ୍ୟ ମହାନଦୀର ବଢ଼ୁଥିବା ଜଳସ୍ତର ଯୋଗୁଁ ପ୍ରଭାବିତ ହୋଇପାରେ।
ଗୁରୁବାର ସନ୍ଧ୍ୟା ସୁଦ୍ଧା ଯୋବ୍ରା ଆନିକଟ୍ରୁ ୩,୯୭,୦୨୪ କ୍ୟୁସେକ୍ ପାଣି ନିଷ୍କାସନ କରାଯାଇଥିବା ବେଳେ ମହାନଦୀର ଜଳସ୍ତର ୨୧.୨୦ ମିଟରରେ ପହଞ୍ଚିଥିଲା।
ଅନ୍ୟପକ୍ଷରେ, ବୁଧବାର ରାତିରେ ବଡ଼ମ୍ବାର ଯୋଡୁମ୍ ଅଞ୍ଚଳରେ ମହାନଦୀର ବନ୍ଧରେ ଘାଇ ସୃଷ୍ଟି ହୋଇଥିବାରୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ପରିସ୍ଥିତିକୁ ଦେଖି ଢବଳେଶ୍ୱର, ଭଟ୍ଟାରିକା ଓ ସିଂହନାଥ ପୀଠରେ ପ୍ରଶାସନ ପକ୍ଷରୁ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି।
ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବାକୁ ଏବଂ ସରକାରୀ ସତର୍କ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...