ଓଡ଼ିଶାରେ ବନ୍ୟା ପରିସ୍ଥିତି ଏବେବି ଗମ୍ଭୀର ରହିଛି। ବିଭିନ୍ନ ଜିଲ୍ଲାରେ ବନ୍ୟାଜଳ ଘରେ ପଶିବା ସହ ଜନଜୀବନ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ସିଧାସଳଖ ଭାବେ ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପଡ଼ିଛି।
ବାଙ୍କୀ ଅଞ୍ଚଳରେ ରଣା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବିଲିପଡ଼ା-ତାଳବସ୍ତ ରାସ୍ତାରେ ପ୍ରାୟ ୪ ଫୁଟ୍ ଉଚ୍ଚର ବନ୍ୟାଜଳ ଜମି ରହିଛି। ଫଳରେ ରାସ୍ତା ଯୋଗାଯୋଗ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏହା ସହ ଶହ ଶହ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଚାଷୀମାନେ ଏହି ଜମିରେ ଚଳିତ ଖରିଫ ଋତୁରେ ଧାନ ଚାଷ କରିଥିଲେ। ଦୀର୍ଘ ସମୟ ଧରି ଫସଲ ପାଣିରେ ବୁଡ଼ି ରହିବାରୁ ଧାନ ସହ ପନିପରିବା ଫସଲ ମଧ୍ୟ ନଷ୍ଟ ହେବାକୁ ଲାଗିଛି।
ବନ୍ୟା ଯୋଗୁଁ ଅନେକ ପରିବାର ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ମଧ୍ୟ ଘରୁ ବାହାରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଓ ବଢ଼ୁଥିବା ଜଳସ୍ତର ସ୍ଥିତିକୁ ଆହୁରି ଜଟିଳ କରିଛି।
ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରି ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁସାରେ, ଏପର୍ଯ୍ୟନ୍ତ କୃଷି ବିଭାଗର କୌଣସି ଅଧିକାରୀ ପ୍ରଭାବିତ ଅଞ୍ଚଳକୁ ଆସି ଫସଲ କ୍ଷୟକ୍ଷତିର ଆକଳନ କରିନାହାନ୍ତି।
ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବନ୍ୟାରେ ଫସଲ ନଷ୍ଟ ହେବା ପରେ କିଏ କ୍ଷତିପୂରଣ ଦେବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଜମିରେ ଏବେବି ପାଣି ଜମି ରହିଥିବାରୁ ପରିସ୍ଥିତି ଦୀର୍ଘ ସମୟ ଧରି ଜାରି ରହିଲେ ଆହୁରି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସମୟୋଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସ...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...
ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ...
ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିବାର ସମ୍ଭାବନା ରହ...
ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଭା...
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...