ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କରିଛି। ହେଲେ ବନ୍ୟାଜଳ ହଟିବା ସହ କ୍ଷୟକ୍ଷତିର ଭୟାବହ ଚିତ୍ର ସାମ୍ନାକୁ ଆସୁଛି। ଅନେକ ସ୍ଥାନରେ ଘରଦ୍ୱାର, ଚାଷଜମି ଓ ରାସ୍ତାଘାଟ ସହ ବିଭିନ୍ନ ଭିତ୍ତିଭୂମି ପ୍ରଭାବିତ ହୋଇଛି।
ଯାଜପୁରର ୬ଟି ବ୍ଲକରେ ବନ୍ୟାଜଳ ଧୀରେ ଧୀରେ କମୁଥିଲେ ମଧ୍ୟ ଘରଦ୍ୱାର ଓ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୧୫ଟି ନଦୀବନ୍ଧ ଘାଇ ଯୋଗୁଁ ଭଦ୍ରକ ଓ ଯାଜପୁରର ଅନେକ ଗାଁ ଏବେ ବି ଜଳବନ୍ଦୀ ରହିଛି।
ଭଦ୍ରକରେ ସାଳନ୍ଦୀ ଓ କାଂସବାଂଶ ନଦୀର ଜଳସ୍ତର ହ୍ରାସ ପାଇଛି। କିନ୍ତୁ ୮ଟି ନଦୀବନ୍ଧ ଘାଇ ଯୋଗୁଁ ୭ଟି ବ୍ଲକର ଅନେକ ଗାଁ ଏବେ ବି ବନ୍ୟାଜଳ ଘେରରେ ରହିଛି। ଚାନ୍ଦବାଲି, ତିହିଡ଼ି, ଧାମନଗର ଓ ବାସୁଦେବପୁର ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ରହିଛି।
ଅନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଜଳବନ୍ଦୀ ସ୍ଥିତି ଜାରି ରହିଛି। କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ଅନେକ ଗାଁ ଏବେ ବି ପଡ଼ୋଶୀ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି।
ସେହିପରି ଖୋର୍ଦ୍ଧାରେ ରାଜୁଆ ନଦୀର ବନ୍ୟାଜଳ ଆବାସିକ ଅଞ୍ଚଳକୁ ପ୍ରବେଶ କରିବା ପରେ ଅନେକ ଗାଁ ଜଳମଗ୍ନ ରହିଛି। ପୁରୀ ଜିଲ୍ଲାର କଣାସ, ନିମାପଡ଼ା ଓ ଗୋପ ବ୍ଲକର ଅନେକ ପଞ୍ଚାୟତରେ ମଧ୍ୟ ବନ୍ୟାଜଳ ପଶିଛି।
ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ଯଦି ପୁଣି ପ୍ରବଳ ବର୍ଷା ନହୁଏ, ତେବେ ମହାନଦୀରେ ଆଉ ଏକ ବଡ଼ ବନ୍ୟା ଆସିବାର ସମ୍ଭାବନା ନାହିଁ। ହୀରାକୁଦ ଜଳଭଣ୍ଡାରର ସଫଳ ପରିଚାଳନା ଯୋଗୁଁ ବନ୍ୟା ସ୍ଥିତିକୁ ବହୁମାତ୍ରାରେ ନିୟନ୍ତ୍ରଣରେ ରଖାଯାଇପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ବନ୍ୟାଜଳ ହଟିବା ପରେ ଲୋକଙ୍କ ସାମ୍ନାରେ ଏବେ ଘର, ଚାଷଜମି ଓ ଭିତ୍ତିଭୂମିର କ୍ଷୟକ୍ଷତିର ଭରଣା ସହ ପୁନର୍ବାସର ବଡ଼ ଚ୍ୟାଲେଞ୍ଜ ରହିଛି।
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...